Latest Odisha News

ଟଙ୍କା ଆତ୍ମସାତ ଅଭିଯୋଗରେ କୃଷି ସମବାୟ ସମିତିର ପୂର୍ବତନ ସଂପାଦକ ଗିରଫ

ଭୁବନେଶ୍ୱର: ଆର୍ଥିକ ଠକେଇ ଏବଂ ସୋସାଇଟି ପାଣ୍ଠି ଆତ୍ମସାତ ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ବଲାଙ୍ଗୀର ଜିଲ୍ଲାର ଏକ ପ୍ରାଥମିକ କୃଷି ସମବାୟ ସମିତି (PACS)ର ପୂର୍ବତନ ସଂପାଦକ-ସହ-ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଗିରଫ କରିଛି।

ଅଭିଯୁକ୍ତ କୁଶଧ୍ୱଜା ସାହୁ ଜିଲ୍ଲାର ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ପାଣ୍ଡମୁଣ୍ଡା PACSର ପୂର୍ବତନ ସଂପାଦକ-ସହ-ମୁଖ୍ୟ କାର୍ଯ୍ୟନିର୍ବାହୀ।

ଭିଜିଲାନ୍ସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେ ୮,୩୪,୪୮୯ ଟଙ୍କାର ସରକାରୀ ପାଣ୍ଠିର ଅପବ୍ୟବହାର କରିଥିବା ଜଣାପଡ଼ିଛି।

ସେ ଆର୍ଥିକ ବର୍ଷ ୨୦୧୮-୧୯ର ଆରମ୍ଭ ବାଲାନ୍ସରେ ୨୦୧୭-୧୮ ଆର୍ଥିକ ବର୍ଷର ଶେଷ ବାଲାନ୍ସ ପରିମାଣକୁ ଠିକ୍ ଭାବେ ଦର୍ଶାଇ ପାରିନଥିଲେ। ଯାହା ଫଳରେ ସେ ଟଙ୍କା ଆତ୍ମସାତ ହୋଇଥିବା ନେଇ ଜଣାପଡ଼ିଥିଲା ବୋଲି ଭିଜିଲାନ୍ସ ଏକ ବିବୃତ୍ତିରେ କହିଛି।

ଯାହା ପରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି ଭିଜିଲାନ୍ସ। ପରେ ଆନୁଷ୍ଠାନିକ ଭାବରେ ତାଙ୍କୁ ଗିରଫ କରାଯିବା ପରେ କୋର୍ଟ ପଠାଯାଇଥିଲା।

 

Comments are closed.