Latest Odisha News

BREAKING NEWS

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକ ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗୁରୁବାର ଦିନ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କୁ ଗିରଫ କରିଛି।

ତାଙ୍କ ସହ ଜଡିତ ସମ୍ପତ୍ତିରେ ଏକକାଳୀନ ଚଢ଼ାଉ ପରେ ତାଙ୍କୁ ଗିରଫ କରାଯାଇଛି। ଯେଉଁଥିରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଛନ୍ତି।

ଏଥିରେ ୭,୦୩୮ ବର୍ଗଫୁଟ ପରିମିତ ଏକ ପ୍ରାସାଦପୂର୍ଣ୍ଣ ଚାରି ମହଲା କୋଠା, ଅନ୍ୟ ଏକ କୋଠା, ଛଅଟି ଉଚ୍ଚ ମୂଲ୍ୟର ପ୍ଲଟ୍, ୨୮୩ ଗ୍ରାମ ସୁନା, ୨.୧୪ ଲକ୍ଷ ଟଙ୍କା ନଗଦ, ୭୬ ଲକ୍ଷ ଟଙ୍କା ମୂଲ୍ୟର ବ୍ୟାଙ୍କ ଜମା ଏବଂ ଗୋଟିଏ ଚାରି ଚକିଆ ଯାନ ଅନ୍ତର୍ଭୁକ୍ତ। ଅପରପକ୍ଷରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅନୁଯାୟୀ କଟକ ଭିଜିଲାନ୍ସ ଥାନାରେ ତାଙ୍କ ବିରୁଦ୍ଧରେ ଏକ ମାମଲା (କେସ୍ ନମ୍ବର ୨୫/୨୦୨୬) ରୁଜୁ କରାଯାଇଛି। ଏହି ମାମଲାର ତଦନ୍ତ ଜାରି ରହିଛି।

 

Comments are closed.