Latest Odisha News

ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

ବାଲେଶ୍ୱର: ପୁଣି ଭିଜାଲାନ୍ସ ଜାଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ବାଲେଶ୍ୱର ପୂର୍ତ୍ତି ବିଭାଗ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ୍ମନାଭ ସ୍ୱାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ପଦ୍ମନାଭଙ୍କ ସୋର ବାଲିଗୁଡିସ୍ଥିତ ବାସଭବନରେ ଭିଜିନାଲ୍ସପକ୍ଷରୁ ଚଢାଉ କରାଯାଇଛି। ଠିକାଦାର ରୁଦ୍ରନାରାୟଣ ବେହେରାଙ୍କଠାରୁ ପଦ୍ମନାଭ ଲାଞ୍ଚ ଦାବି କରିଥିଲେ। ଏନେଇ ଠିକାଦାର ଜଣକ ଭିଜିଲାନ୍ସକୁ ସୂଚନା ଦେଇଥିଲେ।ଘଟଣା ସ୍ଥଳରେ ଭିଜିଲାନ୍ସ ଟିମ୍ ପହଁଞ୍ଚି ଲାଞ୍ଚ ନେବାବେଳେ ପଦ୍ମନାଭଙ୍କୁ ଧରିପକାଇଥିଲେ। ଜବତ ଟଙ୍କା ସମ୍ପର୍କରେ ଠିକ୍ ଭାବେ କିଛି କହିପାରିନଥିଲେ ପଦ୍ମନାଭ।ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

Comments are closed.