Latest Odisha News

BREAKING NEWS

ସୁନ୍ଦରଗଡ଼ ADM ବିଶ୍ୱଜିତ୍‌ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି

ସୁନ୍ଦରଗଡ଼: ସୁନ୍ଦରଗଡ଼ ADM ବିଶ୍ୱଜିତ୍‌ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ । ଭିଜିଲାନ୍ସ ଜାଲରେ ରାଜ୍ୟ ସରକାରଙ୍କ ଆଉ ଜଣେ କୁବେର ବାବୁ ADM ବିଶ୍ୱଜିତ୍‌ ମହାପାତ୍ର । ଭିଜିଲାନ୍ସ ସୁନ୍ଦରଗଡ଼ ADM ବିଶ୍ୱଜିତଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି । ଆଜି ତାଙ୍କୁ ସୁନ୍ଦରଗଡରେ ଜେରା କରାଯାଇଛି ।

ଆଉ ମାତ୍ର ଦିନ କେଇଟା ପରେ ସେ ଚାକିରିରୁ ଅବସର ନେଇଥାନ୍ତେ ADM ।

ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ୮୯ ଲକ୍ଷ ଟଙ୍କାର ବିଲ୍ଡିଂ ସହ ରସୁଲଗଡ ସମେତ ଅନ୍ୟାନ୍ୟ ସ୍ଥାନରେ ସମ୍ପତ୍ତି ଠାବ ହୋଇଛି । ଭୁବନେଶ୍ୱର ନହରକଣ୍ଟା ଓ ଖୋର୍ଦ୍ଧା ଜଟଣୀ, ଜଗତସିଂହପୁରରେ ମୋଟ ୧୦ଟି ପ୍ଲଟ୍‌ ଠାବ କରିଛି ଭିଜିଲାନ୍ସ ।

୨ କୋଟି ଟଙ୍କାର ଫିକ୍ସ ଡିପୋଜିଟ, ସେଭିଂସ୍‌ ଆକାଉଣ୍ଟ ଓ ଇନ୍‌ସ୍ୟୁରାନ୍ସ ଦସ୍ତାବିଜ୍ ମିଳିଛି । ୩୫୦ ଗ୍ରାମର ସୁନା ଗହଣା ମିଳିଛି ।

Comments are closed, but trackbacks and pingbacks are open.