Latest Odisha News

BREAKING NEWS

ଲାଞ୍ଚ ନେଇ ଫସିଲେ ସିଡିପିଓ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ସୋମବାର ଦିନ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) କୁ ଗିରଫ କରିଛି।

ରିପୋର୍ଟ ଅନୁଯାୟୀ, କିଛିଦିନ ତଳେ ଅଧିକାରୀ ଜୟଶ୍ରୀ ଅଙ୍ଗନବାଡ଼ି କେନ୍ଦ୍ରକୁ ଅପ୍ରତ୍ୟାଶିତ ଭାବେ ଯାଞ୍ଚ କରି ସାମାନ୍ୟ ତ୍ରୁଟି ଧରିଥିଲେ। କୁତ୍ରାର ସିଡିପିଓ ଜୟଶ୍ରୀ ପଟ୍ଟନାୟକ ଅଙ୍ଗନୱାଡି କର୍ମୀଙ୍କୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ କିସ୍ତି ଭାବରେ ସିଡିପିଓ ଦୁଇ ହଜାର ଟଙ୍କା ମାଗିଥିଲେ।

ଏଭଳି ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ। ଅଙ୍ଗନୱାଡି କର୍ମୀ, ସିଡିପିଓଙ୍କୁ ଟଙ୍କା ଦେବାକୁ ଯାଇଥିଲେ। ସେ ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ତାଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ଯ ଜବତ କରିଥିଲେ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ଟିମ୍ ତାଙ୍କର ଦୁଇଟି ସ୍ଥାନରେ ଏକକାଳୀନ ଚଢଉ କରିଛି। ଏହି ମାମଲାରେ ରାଉରକେଲା ଭିଜିଲାନ୍ସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

Comments are closed.