Latest Odisha News

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ, ଲାଞ୍ଚ ନେବା ବେଳେ ମାଡିବସିଲା ଟିମ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ । ଧରାପଡିବା ଭୟରେ ମଧ୍ୟସ୍ଥି ଜରିଆରେ ନେଉଥିଲେ ଲାଞ୍ଚ । କିନ୍ତୁ ତଥାପି ବର୍ତ୍ତିପାରିନଥିଲେ ସରକାରୀ ବାବୁ । ଶେଷରେ ଭିଜିଲାନ୍ସ ହାତରେ ଧରାପଡିଗଲେ ଉଭୟ । ବାଲିଅନ୍ତା ବ୍ଲକ୍ କନିଷ୍ଠ ଯନ୍ତ୍ରୀ ସଂଘମିତ୍ର ପଟ୍ଟନାୟକ ଏବଂ ମଧ୍ୟସ୍ତି ବେଣୁଧର ପରିଡାଙ୍କୁ ଧରିଛି ଭିଜିଲାନ୍ସ ।

ସୂଚନା ଅନୁସାରେ, ଜଣେ ଠିକାଦାରଙ୍କଠାରୁ ତାଙ୍କର ବାକି ଥିବା ବିଲ୍ ପରିଶୋଧ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ବାବୁ ଜଣଙ୍କ । ୨୦୨୩ ମସିହାର ଏକ ବିଲ୍‌ ପାସ୍ କରିବାକୁ ଯଶୁଆପୁରର ରଶ୍ମୀ ରଞ୍ଜନ ମହାପାତ୍ରଙ୍କ ଠାରୁ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । କିନ୍ତୁ ସିଧାସଳଖ ତାଙ୍କୁ ଟଙ୍କା ନଦେଇ ବରଂ ତାଙ୍କ ବ୍ୟକ୍ତିଗତ ସହଯୋଗୀ ବେଣୁଧାରା ପରିଡାଙ୍କ ଜରିଆରେ ଦେବାକୁ କହିଥିଲେ । ତେବେ ଅନ୍ୟ କୌଣସି ଉପାୟ ନ ପାଇ ଏନେଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଅଭିଯୋଗ କରିଥିଲେ ଉକ୍ତ ଠିକାଦାର ଜଣଙ୍କ । ଏହା ପରେ ଭିଜିଲାନ୍ସ ଟିମ୍ ପୂର୍ବ ଯୋଜନା ମୁତାବକ ଛକି ବସିଥିବା ବେଳେ ବ୍ୟକ୍ତିଗତ ସହଯୋଗୀ ବେଣୁଧର ପରିଡା ଟଙ୍କା ନେଉଥିବା ବେଳେ ମାଡି ବସିଥିଲା ପୁରା ଟିମ୍ । ଏବଂ ଛୋଟ ମାଛକୁ ଜାଲରେ ପକାଇ ଶେଷରେ ବଡ ମାଛ ପାଖରେ ପହଞ୍ଚିଥିଲା ଭିଜିଲାନ୍ସ । ଏହାପରେ ଶ୍ରୀ ପଟ୍ଟନାୟକଙ୍କୁ ଧରିଥିଲା ଭିଜିଲାନ୍ସ । ଦୁହେଁଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ଲାଞ୍ଚ ନେବା ଅଭିଯୋଗରେ ଶ୍ରୀ ପଟ୍ଟନାୟକଙ୍କ  ବାସଭବନ ସମେତ ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ ।

 

Comments are closed.