Latest Odisha News

BREAKING NEWS

ପୂର୍ବତନ ଡିଏସଡବ୍ଲୁଓଙ୍କର ଅସଂଖ୍ୟ କୋଠା, ଜାଗା; ତଥାପି ଭିଜିଲାନ୍ସର ହିସାବ ସରୁନି

ଭୁବନେଶ୍ୱର:  ଭଦ୍ରକର ପୂର୍ବତନ ଡିଏସଡବ୍ଲୁଓ ତଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଘରୁ ମିଳିଛି ଆଖି ଖୋଲିହେଲା ପରି ସମ୍ପତ୍ତି । ଜୟନ୍ତୀଙ୍କ ଏତେ ଘର ଏତେ ସମ୍ପତ୍ତି ଦେଇ ଭିଜିଲାନ୍ସ ଟିମ ବି ଆଶ୍ଚର୍ଯ୍ୟ ।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ଏକକାଳୀନ  ୧୧ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ ।   ଜୟନ୍ତୀ ବେହେରାଙ୍କ  ଭଦ୍ରକ ଫିରିଙ୍ଗପାଟଣାରେ  ୩ ମହଲା ବିଶିଷ୍ଟ ବାସଭବନ, ବାଲେଶ୍ୱର ସହଦେବଖୁଣ୍ଟା ସ୍ଥିତ ସିଦ୍ଧେଶ୍ୱକ କଲୋନୀରେ ୩ ମହଲା ଓ ଗଣେଶ୍ୱରପୁର ସିଦ୍ଧେଶ୍ୱର କଲୋନୀର  ତିନି ମହଲା ବିଶିଷ୍ଟ ଘର, ଗଣେଶ୍ୱରପୁର ସିଦ୍ଧେଶ୍ୱର କଲୋନୀରେ ଆଉ ଏକ ଅର୍ଦ୍ଧନିର୍ମିତ ଦୁଇ ମହଲା ଘର,  ଭୁବନେଶ୍ୱର ଗୌତମ ନଗର ଅଞ୍ଚଳରେ ଫ୍ଲାଟ୍, ଓଲଡ଼ ଟାଉନ ଅଞ୍ଚଳରେ ଫ୍ଲାଟ ରହିଛି । ଏ ସମସ୍ତ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଉଛି ।

ଜୟନ୍ତୀଙ୍କ କାର୍ଯ୍ୟାଳୟ ସମେତ ତାଙ୍କ ପୁଅ ରୋହିତ କୁମାର ମଣ୍ଡଳଙ୍କ ବାଲେଶ୍ୱରରେ ଥିବା କଲ ସେଣ୍ଟର ଅଫିସରର ଚାମ୍ବରରେ  ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ । ଏହା ବ୍ୟତୀତ ଭଦ୍ରକରେ ଥିବା ତାଙ୍କର ପୈତୃକ ଘର, ବାଲେଶ୍ୱର ସୁନହଟରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ଉ କରୁଛି ଭିଜିଲାନ୍ସ ।

ବର୍ତ୍ତମାନ ସୁଦ୍ଧା  ଜୟନ୍ତୀ ବେହେରାଙ୍କ ଜବତ ସମ୍ପତ୍ତି ତାଲିକାରେ ରହିଛି

୧-ବାଲେଶ୍ୱର ଗଣେଶ୍ୱୀପୁରରେ ୧୭୦୦ ବର୍ଗଫୁଟ ଜାଗାରେ ତିନି ମହଲା ବିଶିଷ୍ଟ  କୋଠା,

୨-ଫିରିଙ୍ଗପାଣାରେ  ୧୪୦୦ ବର୍ଗଫୁଔଟ ଦୁଇ ମହଲା କୋଠା

୩-ଗଣେଶ୍ୱର ପାଟଣାରେ ୧୦୦୦ ବର୍ଗଫୁଟର ଆଉ ଏକ ଦୁଇ ମହଲା କୋଠା

୪-ଭୁବନେଶ୍ୱର ଗୌତମ ନଗରର ରୟାଲ ରେସିଡେନ୍ସରେ ଏକ  ୩-ବିଏଚକେ ଫ୍ଲାଟ

୫-ଭୁବନେଶ୍ୱର ଓଲଡ ଟାଉନରେ ଆଉ ଏକ ୩ ବିଏଚକେ ଫ୍ଲାଟ

ଏହାବ୍ୟତୀତ ବାଲେଶ୍ୱରର ପ୍ରମୁଖ ଜାଗାରେ ରହିଛି ୪ଟି ପ୍ଲଟ

ଅନ୍ୟାନ୍ୟ ସମ୍ପତ୍ତି ମଧ୍ୟରେ ଭିଜିଲାନ୍ସ ଜବତ କରିଛି ୨.୭୦ ଲକ୍ଷ ଟଙ୍କା,  ୫୩ ଲକ୍ଷ ପୋଷ୍ଟାଲ ଇନ୍ସ୍ୟୁରାନ୍ସ ସମେତ ୧.୪୦ କୋଟି ଟଙ୍କା , ଗୋଟିଏ ମାରୁତି ବାଲେନୋ ଗାଡି, ଗୋଟିଏ ୨ ଚକିଆ ଗାଡି, ୨ କେଜିର ରୂପା ଗହଣା  । ତଥାପି ତଦନ୍ତ ଜାରି ରହିଛି । ଯାଞ୍ଚ ଶେଷ ହେବା ପରେ ସବିଶେଷ ସମ୍ପତ୍ତି ତାଲିକା ଜଣାପଡିବ ବୋଲି କହିଛି ଭିଜିଲାନ୍ସ ।

Comments are closed.