Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର, ୪ଟି ସ୍ଥାନରେ ଚଢାଉ

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ସହ ଜଡିତ ଚାରୋଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଏକକାଳୀନ ତଲାସ ଆରମ୍ଭ କରିଛି।

ଏହି ଚଢାଉରେ ପାଞ୍ଚ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (DSP), ୯ ଜଣ ଇନ୍ସପେକ୍ଟର, ପାଞ୍ଚ ଜଣ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ASI) ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ରହିଛନ୍ତି। କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଦ୍ୱାରା ଜାରି ହୋଇଥିବା ୱାରେଣ୍ଟ ଆଧାରରେ ତଲାସ କରାଯାଉଛି।

କଟକ ଜିଲ୍ଲାର ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ମୁଣ୍ଡୁଳିରେ ରବୀନ୍ଦ୍ର କୁମାର ନାୟକଙ୍କ ଚାରି ମହଲା ବିଶିଷ୍ଟ ଆବାସିକ କୋଠା ରହିଛି। ସେହିପରି କଟକ ଜିଲ୍ଲାର ବାଙ୍କୀ ଥାନା ଅଧୀନରେ ସାହାଡ଼ାପଡ଼ାରେ ପୈତୃକ ଘର। କେନ୍ଦ୍ରାପଡ଼ାରେ ଫରେଷ୍ଟ ରେଞ୍ଜରଙ୍କ କାର୍ଯ୍ୟାଳୟ। କେନ୍ଦ୍ରାପଡ଼ାରେ ତାଙ୍କର ଅସ୍ଥାୟୀ ବାସସ୍ଥାନରେ ଚଢ଼ାଉ କରାଯାଉଛି।

ବର୍ତ୍ତମାନ ଚାରିଟି ସ୍ଥାନରେ ତଲାସ ଚାଲିଥିବା ଜଣାପଡ଼ିଛି। ଅପରେସନ୍ ସରିବା ପରେ ଏକ ବିସ୍ତୃତ ରିପୋର୍ଟ ଆଶା କରାଯାଉଛି।

Leave A Reply

Your email address will not be published.