Latest Odisha News

ଓଡିଶା ପ୍ରତି ମୋ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି: ପ୍ରବୀଣ ଟାମ୍ବେ

ସୁରଟ: କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଦଳରେ ଅଛନ୍ତି ଏମିତି ଜଣେ ଖେଳାଳି ଯାହାଙ୍କ ଆଗରେ ବୟସ ମଧ୍ୟ ହାର୍ ମାନିବାକୁ ବାଧ୍ୟ ହେଇଥିଲା । ସିଏ ହଉଛନ୍ତି ପ୍ରସିଦ୍ଧ ଲେଗ୍ ସ୍ପିନର୍ ପ୍ରବୀଣ ଟାମ୍ବେ । ଯେଉଁ ଦିନଠାରୁ ତାଙ୍କ ନାମ ପ୍ରଥମଥର ପାଇଁ ଟିଭି ସ୍କ୍ରିନରେ ସାମ୍ନାକୁ ଆସିଥିଲା, ସେହି ଦିନଠୁ ନେଇ ଆଜି ପର୍ଯ୍ୟନ୍ତ ପ୍ରବୀଣ ଭାରତରେ କ୍ରିକେଟର ମାନଙ୍କ ପାଇଁ କ୍ରିକେଟରଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।  ତାଙ୍କ କାହାଣୀ ସେହି ଲୋକମାନଙ୍କ ପାଇଁ ମଧ୍ୟ ଏକ ପ୍ରେରଣା ଯେଉଁମାନେ ନିଜକୁ ଉଚ୍ଚ ସ୍ତରରେ ପ୍ରମାଣ କରିବାର ସୁଯୋଗକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି । ଏକ ସାକ୍ଷାତକାରରେ, ପ୍ରବୀଣ ପ୍ରକାଶ କରିଛନ୍ତି ଯେ ସେ ଛୋଟ ବେଳୁ ଖେଳ ପାଇଁ କେତେ ଆଗ୍ରହୀ ଥିଲେ ଏବଂ ଖେଳ ପ୍ରତି ତାଙ୍କର ସମର୍ପଣ  ଆଜି ସଫଳତା ହାସଲ କରିବାରେ ସାହାଯ୍ୟ କରିଛି  ।

ମୋ ବାପା ମୋର ପ୍ରେରଣା: ପ୍ରତ୍ୟେକ ଖେଳାଳି ନିଜ ଯୁବାବସ୍ଥାରେ ଜଣଙ୍କୁ ଦେଖି ବା ଜଣଙ୍କଠୁ ପ୍ରେରଣା ପାଇ ଖେଳ ଜଗତରେ ଯୋଗ ଦିଅନ୍ତି । ପ୍ରବୀଣଙ୍କର ମଧ୍ୟ ସମାନ କାହାଣୀ, ସିଏ ତାଙ୍କ ପିତାଙ୍କୁ ଦେଖି କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ସେ କହିଲେ, “ମୋ ବାପାଙ୍କ ପାଇଁ ମୁଁ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲି । କ୍ରିକେଟ୍ ହେଉ କିମ୍ବା ଅନ୍ୟ କୌଣସି ଖେଳ ହେଉ, ଆପଣଙ୍କର ମଧ୍ୟ ଖେଳ ପ୍ରତି ଅଧିକ ଆଗ୍ରହ ରହିବା ଆବଶ୍ୟକ । ପିଲାବେଳୁ କ୍ରିକେଟ ପ୍ରତି ଆଗ୍ରହ ତାଙ୍କୁ ସଫଳତା ଦେଇଛି ସେ କହିଥିଲେ । ମୁଁ ଭାବୁଛି, ମୋ ବାସ୍ତବିକ ଜୀବନକୁ ଖେଳ ସହ ବହୁତ୍ ସୁନ୍ଦର ଭାବରେ ଜଡ଼ିତ ରଖିପାରିଛି । ମୁଁ ଯେଉଁମାନଙ୍କ ସହ ସହିତ ଖେଳିବାର ସ୍ୱପ୍ନ ଦେଖିଥିଲି ବର୍ତ୍ତମାନ ଏହି ଲିଗ୍‌ରେ ସେମାନଙ୍କ ସହ ଖେଳିବାର ସୁଯୋଗ ପାଇଛି | ଏହା ଦ୍ୱାରା ମୋର ଏକ ବଡ ସ୍ୱପ୍ନ ପୁରଣ ହେଇଛି ।

ଓଡ଼ିଶା ବିପକ୍ଷରେ ଡେବ୍ୟୁ କରିଥିଲେ: ପ୍ରବୀଣ ଟାମ୍ବେ ୨୦୧୪ରେ ଓଡ଼ିଶା ବିପକ୍ଷରେ ଡେବ୍ୟୁ କରିଥିଲେ । ଯେତେବେଳେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଦଳ ସହ ଜଡିତ ହେବାର ଅଭିଜ୍ଞତା ବିଷୟରେ ପଚରାଗଲା, ସେ କହିଥିଲେ, “ମୁଁ ୨୦୧୪ରେ ଓଡ଼ିଶା ବିପକ୍ଷରେ ମୋର ପ୍ରଥମ ଡେବ୍ୟୁ କରିଥିଲି । ତାହା ଏକ ରଣଜୀ ଟ୍ରଫି ମ୍ୟାଚ୍ ଥିଲା । ସେଥିପାଇଁ ଓଡିଶା ପ୍ରତି ମୋ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି । ମୁଁ ବହୁତ ଖୁସି ଯେ ବର୍ତ୍ତମାନ ମୁଁ ଓଡ଼ିଶାର ଏକ ଦଳ ପାଇଁ ଖେଳୁଛି । ଏହା ନିଶ୍ଚିତ ଭାବରେ ରାଜ୍ୟର ଯୁବପିଢ଼ିଙ୍କୁ ଖେଳକୁ ଗମ୍ଭୀରତାର ସହ ନେବାକୁ ପ୍ରେରଣା ଯୋଗାଇବ ।

ସବୁବେଳେ ନିଜ ପ୍ରଦର୍ଶନ ଉପରେ ଧ୍ୟାନ ଦିଅ: ଯୁବପିଢ଼ି ପ୍ରତ୍ୟେକ ସମୟରେ କିପରି ଉତ୍ସାହିତ ରହିପାରିବେ ବୋଲି ପଚରାଯିବାରୁ ସେ କହିଥିଲେ,“ଯଦି ଆପଣ କିଛି ହାସଲ କରିବା ପାଇଁ ଆଗକୁ ବଢୁଛନ୍ତି, ତେବେ ସେଠାରେ ପହଞ୍ଚିବା ଆପଣଙ୍କ ପାଇଁ କଷ୍ଟକର ହେବ । ଭାରତରେ କ୍ରିକେଟରେ ବହୁତ ପ୍ରତିଦ୍ବନ୍ଦିତା ରହିଛି । କଠିନ ପରିଶ୍ରମ ଏବଂ ଭଲ କ୍ରିକେଟ ଖେଳିବାକୁ ପଡିବ । ଚୟନ ହେବେ କି ନାହିଁ ସେ ବିଷୟରେ ଚିନ୍ତା ନ କରି ଖେଳିବା ଜାରୀ ରଖନ୍ତୁ । ମୁଁ କହୁ ନାହିଁ ସମସ୍ତେ ବଡ ଲେଭୁଲ୍ ରେ ଖେଳିବେ କିନ୍ତୁ ଆପଣ ନିଶ୍ଚିତ ଭାବରେ ଜୀବନରେ କିଛି ହାସଲ କରିପାରିବେ ।

 

Leave A Reply

Your email address will not be published.