Latest Odisha News

BREAKING NEWS

୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର : ୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା । ରାଜ୍ୟରେ ୨ ହଜାର ୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା । ଅନ୍ୟ ଜନବସତି ଅଞ୍ଚଳ ସହ ବସ୍ତି ଅଞ୍ଚଳରେ ବି ସାମଗ୍ରିକ ବିକାଶ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ବସ୍ତି ବାସିନ୍ଦାଙ୍କ ନିକଟରେ ଏଣିକି ସରକାର ପହଞ୍ଚାଇବେ ସମସ୍ତ ବ୍ୟବସ୍ଥା । ବିଜୁଳି, ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଓ ପରିମଳ ବ୍ୟବସ୍ଥା ଉପରେ ଦିଆଯିବ ଗୁରୁତ୍ୱ । ବସ୍ତିର ଉନ୍ନତି ସହ ଏହାର ଡି ନୋଟିଫାଏଡ଼ କରାଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ରାଜ୍ୟର ସମସ୍ତ ପୌରାଞ୍ଚଳକୁ ମିଳୁଥିବା ବ୍ୟୟ ବରାଦର ୨୫ ପ୍ରତିଶତ ଅର୍ଥ ବସ୍ତି ଅଞ୍ଚଳରେ ଖର୍ଚ୍ଚ କରାଯିବ ବୋଲି ଘୋଷଣା ହୋଇଛି ।

Leave A Reply

Your email address will not be published.