Latest Odisha News

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ନିଖୋଜ ନେଇ ବଢ଼ୁଛି ସସପେନ୍ସ

ଭୁବନେଶ୍ୱର: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ । ଗତ ୧୧ ତାରିଖରୁ କ୍ରିକେଟର ରାଜଶ୍ରୀ ନିଖୋଜ ଥିବା ନେଇ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି । ହେଲେ ଏତଲାକୁ ୨ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି ବଡ଼ ପଦକ୍ଷେପ ନେଇ ନଥିବା ଅଭିଯୋଗ ।

କିନ୍ତୁ ଏବେ ରାଜଶ୍ରୀଙ୍କ ନିଖୋଜ ନେଇ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି  । ବର୍ତ୍ତମାନ ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ ଓରନ୍ଦା ଜଙ୍ଗଲରୁ ମିଳିଛି  । ଏନେଇ ରାଜଶ୍ରୀଙ୍କ ବାପା ଓ ମା’ କ୍ରୀଡ଼ା ମନ୍ତ୍ରୀଙ୍କ ନିକଟରେ ରାଜଶ୍ରୀଙ୍କ ଖୋଜିବା ପାଇଁ ଗୁହାରୀ କରିଛନ୍ତି । ଝିଅ ଫଟୋ ଧରିବା ସହ ମନ୍ତ୍ରୀଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚିଛନ୍ତି ପରିବାର। ଏଥିସହ ରାଜଶ୍ରୀଙ୍କ ପ୍ରତି ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ରାଜଶ୍ରୀଙ୍କ ମା  ।

ସେପଟେ ରାଜଶ୍ରୀଙ୍କ ନିଖୋଜକୁ ନେଇ ବଡ଼ ବଡ଼ ପ୍ରଶ୍ନ ଉଠିବା ସହ ପୁଲିସର ପାରିବା ପଣିଆକୁ ନେଇ ସାଧାରଣ  ଜନତା ପ୍ରଶ୍ନ କରିଛନ୍ତି । କୁଆଡ଼େ ଗଲେ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ? ତାଙ୍କୁ ଅପହରଣ କରାଯାଇଛି ନା ହତ୍ୟା ? କ’ଣ ପାଇଁ ଘଟଣାକୁ ନେଇ ତତ୍ପର ଦେଖାଉନି ପୁଲିସ ? ଏତଲାର ଦୁଇଦିନ ପରେ ପୁଲିସର ହାତ ଖାଲି କାହିଁକି ? ଏପରି ଅନେକ ପ୍ରଶ୍ନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

 

 

Leave A Reply

Your email address will not be published.