ବଲାଙ୍ଗୀର: ଟିଟିଲାଗଡ଼ ରେଳ ଷ୍ଟେସନରେ ରବିବାର ଦିନ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଜଣେ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।
ସମ୍ପୃକ୍ତ ମହିଳା ଜଣକ ବଲାଙ୍ଗୀର ବାସିନ୍ଦା ହେମା କାନ୍ତି ବୋଲି ଜଣାପଡିଛି।
ପୂର୍ବତଟ ରେଳବାଇର ସୂଚନା ଅନୁଯାୟୀ, ହେମା ଅନ୍ୟ ଓଡିଆ ପ୍ରବାସୀ ଶ୍ରମିକଙ୍କ ସହ ତେଲେଙ୍ଗାନାର କାଜିପେଟରୁ ବାଲାଙ୍ଗୀରକୁ ଟ୍ରେନରେ ଆସୁଥିବା ବେଳେ ପ୍ରସବ ବେଦନା ଅନୁଭବ କରିଥିଲେ। ପରେ ଟିଟିଲାଗଡ଼ ରେଳ ଷ୍ଟେସନରେ ଟ୍ରେନ୍ ଅଟକିବା ସହ ରେଲୱେ ଡିଭିଜନାଲ୍ ମେଡିକାଲ ଅଫିସରଙ୍କ ଉପସ୍ଥିତିରେ ସେ ଶିଶୁଟିକୁ ଜନ୍ମ ଦେଇଥିଲେ।

ଏହା ପରେ ହେମା ଏବଂ ତାଙ୍କ ଶିଶୁକୁ ଜନନି ଆମ୍ବୁଲାନ୍ସରେ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୁତ୍ରରୁ ପ୍ରକାଶ।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଓଡିଶାର ଜଣେ ୩୫ ବର୍ଷୀୟା ମହିଳା ଗତ ମେ ୨୨ ତାରିଖରେ ସିକନ୍ଦରାବାଦ-ବଲାଙ୍ଗୀର ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଆସୁଥିବା ବେଳେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ।
Comments are closed.