Latest Odisha News

BREAKING NEWS

ପିପିଲିରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କର ଏମ୍‌ସରେ ମୃତ୍ୟୁ

ଭୁବନେଶ୍ୱର: ଋଣ ଭାର ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରିଥିବା ପିପିଲିର ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ  ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ଘଟିଛି।

ପିପିଲି ସହରରେ ଥିବା ଭଡା ଘରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଉକ୍ତ ମହିଳା। ଫଳରେ ୩୭ ବର୍ଷୀୟ ମହିଳା ଜଣକ ପ୍ରାୟ ୭୦-୮୦% ପୋଡ଼ି ଯାଇଥିଲେ।

ଘଟଣାସ୍ଥଳରୁ ପୋଲିସ କିରୋସିନ ବୋତଲ, ଏକ ହାତଲେଖା ସୁଇସାଇଡ ନୋଟ୍ ଏବଂ ଏକ ଦିଆସିଲି ଜବତ କରିଥିଲା। “ପ୍ରାଥମିକ ତଦନ୍ତ ସମୟରେ ଆମେ ଜାଣିପାରିଲୁ ଯେ ସେ ଋଣ ଭାର ଯୋଗୁଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ତଥାପି, ଆତ୍ମହତ୍ୟା ନୋଟରେ ସେ କାହାକୁ ଦାୟୀ କରିନାହାଁନ୍ତି” ବୋଲି ପୁରୀ ଅତିରିକ୍ତ ଏସପି ସଚିନ ପଟେଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

 

Comments are closed.