Latest Odisha News

BREAKING NEWS

ପଦକ ଜିତି ଇତିହାସ ରଚିଲେ ଓଡିଶାର ମହିଳା ସନ୍ତରଣକାରୀ ଟିମ, ପ୍ରତ୍ୟୁଷାଙ୍କୁ ରୌପ୍ୟ

ଭୁବନେଶ୍ୱର: ଓଡିଶାର ମହିଳା ସନ୍ତରଣକାରୀ ଟିମ ଇତିହାସ ରଚିଛନ୍ତି । ମାଙ୍ଗାଲୋରରେ ଅନୁଷ୍ଠିତ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ସେମାନେ ରାଜ୍ୟ ପାଇଁ ପ୍ରଥମ ପଦକ ଜିତିଛନ୍ତି । ୪ ଗୁଣନ ୨୦୦ ଫ୍ରିଷ୍ଟାଇଲ ବିଭାଗରେ ଓଡିଶା ଟିମ ବ୍ରୋଞ୍ଜ ପଦକ ହାସଲ କରିଛି । ପ୍ରତ୍ୟୁଷା ରାୟ, ସୃଷ୍ଟି ଉପାଧ୍ୟାୟ, ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ଓ ସୋନିଆ ପଟେଲ ପ୍ରଦର୍ଶନ ମାଧ୍ୟମରେ ଓଡିଶାର ମାନ ବଢ଼ାଇଛନ୍ତି । ସେମାନେ ୯:୦୩.୫୩ ମିନିଟ ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ । ଏହି ବିଭାଗରେ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ ।

ଷ୍ଟାର ସନ୍ତରଣକାରୀ ପ୍ରତ୍ୟୁଷା ଓଡିଶା କ୍ରୀଡାପ୍ରେମୀଙ୍କୂ ଖୁସିକୁ ଦ୍ୱିଗୁଣିତ କରିଥିଲେ । ସେ ୧୦୦ ମିଟର ବ୍ୟାକଷ୍ଟ୍ରୋକ ଇଭେଂଟରେ ରୌପ୍ୟ ପଦକ ଜିତିଥିଲେ । ଜାତୀୟସ୍ତରରେ ସେ ବ୍ୟକ୍ତିଗତ ଭାବେ ଓଡିଶା ପାଇଁ ଏହି ସଫଳତା ଆଣିଛନ୍ତି । ପ୍ରତ୍ୟୁଷା ୧:୦୫.୮୨ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ । ବେଙ୍ଗଲର ସୋବ୍ରିତ୍ୟ ମଣ୍ଡଳ( ୧:୦୫.୫୧) ଓ ମହାରାଷ୍ଟ୍ରର ରିତୁଜା ପ୍ରସାଦ ରାଜଦାନ୍ୟ (୧:୦୬.୩୦) ଯଥାକ୍ରମେ ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଏହା ବ୍ୟତୀତ ୩ଜଣ ସନ୍ତରଣକାରୀ ସେମାନଙ୍କ ବିଭାଗର ଫାଇନାଲ ଇଭେଂଟରେ ପ୍ରବେଶ କରିଛନ୍ତି । ୫୦ ମିଟର ବଟରଫ୍ଲାଏ ଇଭେଂଟରେ ସୃଷ୍ଟି ଓ ସୋନିଆ ପଟେଲ ୨୯.୨୩ ଓ ୨୯.୬୯ ସେକେଣ୍ଡ ସମୟ ନେଇ ୫ମ ଓ ୭ମ ସ୍ଥାନରେ ରହିଥିଲେ । ସୃଷ୍ଟି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଦିବ୍ୟାଙ୍କ ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକରେ ୨:୪୪.୨୦ ସେକେଣ୍ଡ ସମୟ ନେଇ ୫ମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଛନ୍ତି ।

ସମସ୍ତ ୪ ପ୍ରତିଯୋଗୀଚ କଳିଙ୍ଗ ଷ୍ଟାଡିୟମର ଓଡିଶା-ଜେଏସଡବ୍ଲ୍ୟୁ ସନ୍ତରଣ ହାଇପର୍ଫମାନ୍ସ ସେଂଟରରେ ପ୍ରଶିକ୍ଷଣ ନେଉଛନ୍ତି । ଓଡିଶା ସନ୍ତରଣ ଆସୋସିଏଶନର ସଭାପତି ପ୍ରଦୀପ କୁମାର ପାଢ଼ୀ ମହିଳା ସନ୍ତରଣକାରୀଙ୍କ ପ୍ରଦର୍ଶନ ଏବଂ ସଫଳତାକୁ ଭୂୟସୀ ପ୍ରଶଂସା କରିଛନ୍ତି ।

Comments are closed.