ବଲାଙ୍ଗିର: ଆପଣ ଗୋଟିଏ ହାତ ଆଙ୍ଗୁଠିରେ ହକି ଷ୍ଟିକ୍ ଧରି ପାରିବେ କି ? ଯଦି ଧରି ରଖିପାରିବେ କେତେ ସମୟ ? ବୋଧେ କିଛି ମିନିଟ୍ ବି ବାଲାନ୍ସ କରି ରଖିବା ଅନେକଙ୍କ ପାଇଁ ମୁସ୍କିଲ ହୋଇଯିବ । କିନ୍ତୁ ଏହି ମୁସ୍କିଲ କାମ କରି ଓଡ଼ିଶାର ଜଣେ ଯୁବକ ଓ୍ୱାର୍ଲଡ ରେକର୍ଡ କରିଛନ୍ତି । ଗୋଟିଏ ଆଙ୍ଗୁଳିରେ ହକି ଷ୍ଟିକକୁ କିଛି ମିନିଟ କି ଗୋଟିଏ ଘଣ୍ଟା ନୁହେଁ ବରଂ ୩ଘଣ୍ଟାରୁ ଅଧିକ ସମୟ ବାଲାନ୍ସ କରି ଧରିଥିଲେ । ଏଥିସହ ଗୀନିଜ ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡସରେ ନିଜ ନାଁ ଲେଖାଇଛନ୍ତି ।
ଏହି ବିଶ୍ୱ ରେକର୍ଡର ଅଧିକାରୀ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଜମୁତଝୁଲ୍ଲା ଗାଁର ରାଜଗୋପାଳ ଭୋଇ । ସେ ନିଜ ହାତର ଗୋଟିଏ ଆଙ୍ଗୁଳିରେ ହକି ଷ୍ଟିକକୁ ୩ଘଣ୍ଟା ୩୫ ମିନିଟ ଯାଏ ଧରି ରଖିବା ସହ ବିଶ୍ୱ ରେକର୍ଡ କରିଛନ୍ତି ।
ଏସମ୍ପର୍କିତ ସମସ୍ତ କାଗଜପତ୍ର ଓ ପ୍ରମାଣପତ୍ର ସେ ଗୀନିଜ ଓ୍ୱାର୍ଲଡ ରେକର୍ଡସକୁ ଦେଇଛନ୍ତି । ତାଙ୍କୁ ବିଶ୍ୱ ରେକର୍ଡ ସମ୍ପର୍କିତ ସାର୍ଟିଫିକେଟ ମିଳିବାକୁ ତିନି ମାସ ଲାଗିପାରେ ।
ରାଜଗୋପାଳ ଭୋଇବର୍ତ୍ତମାନ ଗୋଟିଏ ଆଙ୍ଗୁଠିରେ ହକି ଷ୍ଟିକ୍ ବାଲାନ୍ସ କରିବାର ରେକର୍ଡ ବେଙ୍ଗାଲୁରୁର ଯୁବକ ହିମାଂଶୁ ଗୁପ୍ତାଙ୍କ ନାଁରେ ରହିଛି । ଗତ ୨୦୧୭ ଅଗଷ୍ଟ ମାସରେ ସେ ଏହି ରେକର୍ଡ କରିଥିଲେ ।
ଗୋଟିଏ ଆଙ୍ଗୁଠିରେ ହିମାଂଶୁ ୨ଘଣ୍ଟା ୨୨ମିନିଟ ୨୨ ସେକେଣ୍ଡ ହକି ଷ୍ଟିକ୍ ଧରି ରଖିଥିଲେ । କିନ୍ତୁ ରାଜଗୋପଳ ତାଙ୍କ ଅପେକ୍ଷା ଘଣ୍ଟାଏରୁ ଅଧିକ ସମୟ ହକି ଷ୍ଟିକକୁ ବାଲାନ୍ସ କରି ରଖିଥିଲେ ।
Comments are closed.