Latest Odisha News

BREAKING NEWS

‘ଟାଇମ୍ସ ବିଜନେସ୍ ଆୱାର୍ଡ ୨୦୨୦’ରେ ସମ୍ମାନିତ ହେଲେ ଡା.ବିଜୟ କୁମାର ସାହୁ

ଭୁବନେଶ୍ୱର: ଓଡିଶାର ଶିକ୍ଷା କ୍ଷେତ୍ରରେ ବିକାଶ ଦିଗରେ ଅବଦାନ ପାଇଁ ଡା.ବିଜୟ କୁମାର ସାହୁଙ୍କୁ ଟାଇମ୍ସ ଅଫ୍ ଇଣ୍ଡିଆ ତରଫରୁ ‘ଟାଇମ୍ସ ବିଜନେସ ଆୱାର୍ଡ ୨୦୨୦’ ପୁରସ୍କାରରେ ସମ୍ମାନିତ କରାଯାଇଛି । ଓଡିଶାର ଗୃହ, ଶକ୍ତି, ଉଦ୍ୟୋଗ ଓ ସୂକ୍ଷ୍ମ, ଲଘୁ, ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶନିବାର ଦିନ ଭୁବନେଶ୍ୱରରେ ଆୟୋଜିତ ଏକ ସମାରୋହରେ ଡା.ବିଜୟ କୁମାର ସାହୁଙ୍କୁ ସ୍କୁରସ୍କାର ପ୍ରଦାନ କରିଛନ୍ତି ।

‘ସାଇ ଆଙ୍ଗନ’ ପାଇଁ ଡା. ସାହୁଙ୍କୁ ବଲିଉଡ ଅଭିନେତା ଅନିଲ କପୁରଙ୍କ ଠାରୁ ସର୍ବଶ୍ରେଷ୍ଠ ପ୍ଲେ ସ୍କୁଲ ପୁରସ୍କାର ମଧ୍ୟ ମିଳିଛି । ଏହି ସମାରୋହରେ କୌଶଳ ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗଚି ଓ ରାଜ୍ୟର ବିଭିନ୍ନ କ୍ଷେତ୍ରର ନେତାମାନେ ସାମିଲ ଥିଲେ ।

ଡା.ବିଜୟ କୁମାର ସାହୁ ହେଉଛନ୍ତି ସାଇ ଇଣ୍ଟରନ୍ୟାସନାଲ ଏଜୁକେସନ ଗ୍ରୁପର ପ୍ରତିଷ୍ଠାତା । ଏହା ସହିତ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପରାମର୍ଶଦାତା ତଥା କାର୍ଯ୍ୟକାରୀ ଅଧ୍ୟକ୍ଷ ।

Leave A Reply

Your email address will not be published.