Latest Odisha News

BREAKING NEWS

ରାଜ୍ୟର ୧୬ ଜିଲ୍ଲାରୁ ୧୦ରୁ କମ୍ ନୂଆ କରୋନା ପଜିଟିଭ୍ ଚିହ୍ନଟ, ଦିନକରେ ୩୩୫ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସୁଛି । ଗତ ୨୪ ଘଣ୍ଟାରେ ୩୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୯୩ ଓ ଲୋକାଲ କଣ୍ଟାକ୍ଟ କେସ୍ ୧୪୨ଟି ରହିଛି । ରାଜ୍ୟର ୨୭ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଥିବା ବେଳେ ୧୬ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କରୁ କମ୍ । ଅର୍ଥାତ ୧୬ ଜିଲ୍ଲାରୁ ୧୦ରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡ଼ରୁ ସର୍ବାଧିକ ୫୨ଟି ପଜିଟିଭ୍ କେସ ବାହାରିଥିବା ବେଳେ ଖୋର୍ଦ୍ଧାରୁ ଏହି ସଂଖ୍ୟା ରହିଛି ୩୧ । ମୟୂରଭଞ୍ଜରୁ ୨୯, ବାଲେଶ୍ୱରରୁ ୨୬ ଏବଂ ଅନୁଗୋଳ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨୫ ଲେଖାଏ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ଟି ଜିଲ୍ଲା ପୁରୀ, କେନ୍ଦୁଝର, କଟକ, ବଲାଙ୍ଗିର ଓ ସମ୍ୱଲପୁରରେ ୧୦ରୁ ୨୦ ଭିତରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୨୩ହଜାର ୩୬୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୧୮ହଜାର ୨୭୮ ଆକ୍ରାନ୍ତ । ଏବେ ରାଜ୍ୟରେ ୩ହଜାର ୨୩୧ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.