Latest Odisha News

BREAKING NEWS

ଆର୍ଟ ହଜ ଗ୍ୟାଲେରୀରେ ସ୍ଥାନ ପାଇଲା ଚିତ୍ରଶିଳ୍ପୀ ଆଦିତ୍ୟଙ୍କ ଚିତ୍ର

ବାଲେଶ୍ୱର: ଯୁବ ଚିତ୍ରଶିଳ୍ପୀ ଆଦିତ୍ୟ କୁମାର ଜେନାଙ୍କ ଚିତ୍ରକଳା ନେଚର ଫାଣ୍ଟାସି ଦକ୍ଷିଣ ଭାରତର ପ୍ରସିଦ୍ଧ ଆର୍ଟ ଗ୍ୟାଲେରୀ ଆର୍ଟ ହଜରେ ସ୍ଥାନ ପାଇଛି ।

ସେ ବାଲେଶ୍ୱର ଜିଲ୍ଲା ଗୋହିରାପଦା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି।

ଏହା ବ୍ୟତୀତ ଆଦିତ୍ୟଙ୍କ ଚିତ୍ରକଳା ସଂପର୍କରେ ଏକ ଆଲେଖ୍ୟ ଆର୍ଟ ଗ୍ୟାଲେରୀର କଳା ପତ୍ରିକା ‘ଦି ଆର୍ଟ ଇଲଷ୍ଟ୍ରେଟଡ୍ ମାଗାଜିନ’ରେ ମଧ୍ୟ ସ୍ଥାନ ପାଇଛି । ଯାହାକି ଓଡିଶା ଚିତ୍ରକଳା ଜଗତ ପାଇଁ ଏକ ଗର୍ବର କଥା।

ପ୍ରାୟ ୩ ଫୁଟ ଓସାର ଏବଂ ୪ ଫୁଟ ଲମ୍ବ କାନଭାସ ଉପରେ ଚିତ୍ରଶିଳ୍ପୀ ଆଦିତ୍ୟ ପ୍ରକୃତିକୁ ନାରୀସହ ତୁଳନା କରିଛନ୍ତି। ରଂଗର ବିବିଧତା ସାଂଗକୁ ଜ୍ୟାମିତିକ ଅଙ୍କନର ବ୍ୟବହାର ତାଙ୍କର ଏହି ଚିତ୍ରକଳାକୁ ଏକ ନିଆରା ଢଂଗରେ ଉପସ୍ଥାପିତ କରିପାରିଛି ।

ଆଦିତ୍ୟ ଜେନା ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋରର ବିଶିଷ୍ଟ ଭାସ୍କର‌୍ୟ୍ୟଶିଳ୍ପୀ ବ୍ରଜକିଶୋର ଜେନାଙ୍କ ସୁପୁତ୍ର । ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ପେଣ୍ଟିଂରେ ଡିଗ୍ରୀ ଶେଷ ପରେ ସରକାରୀ ବିଦ୍ୟାଳୟରେ କଳା ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି ।

 

Leave A Reply

Your email address will not be published.