Latest Odisha News

BREAKING NEWS

ବଣ୍ଡା ଘାଟିର ବିକାଶରେ ସାପ୍ତାହିକ ହାଟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ଘାଟିରେ ବାସ କରନ୍ତି ପ୍ରାୟ ୭ ହଜାର ଆଦିମ ଜନଜାତିର ଲୋକେ । ଖୈରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଠାରେ ହେଉଥିବା ସାପ୍ତାହିକ ହାଟ କହିଲେ ବୁଝାଏ ଏହି ବଣ୍ଡା ହାଟ । କାରଣ ଏହି ସାପ୍ତାହିକ ହାଟରେ ବଣ୍ଡା ଘାଟିର ଦୁଇଟି ପଞ୍ଚାୟତର ୩୨ ଖଣ୍ଡ ଗାଁର ବଣ୍ଡା ଲୋକେ ହିଁ ଆସିଥାଆନ୍ତି ସେମାନଙ୍କର ହାଟ ବଜାର କରିବା ଲାଗି । ନିଜ ଅଞ୍ଚଳର ପାରମ୍ପରିକ ଜିନିଷ ବିକ୍ରି କରିବା ହେଉ ବା ହାଟରୁ ଅନ୍ୟ ସାମଗ୍ରୀ କିଣିବା ଏଥିପାଇଁ ବଣ୍ଡା ଲୋକଙ୍କୁ ସପ୍ତାହକୁ ଥରେ ଘାଟି ତଳକୁ ଆସିବାକୁ ପଡେ ।୨୫ ରୁ ୩୦ କିଲୋମିଟର ଚାଲି ଚାଲି ସେମାନଙ୍କୁ ହାଟ ବଜାର କରିବା ଲାଗି ଆସିବାକୁ ପଡୁଛି । ତେବେ ଘାଟିରେ ଉପରେ ଗୋଟିଏ ସାପ୍ତାହିକ ହାଟ କରିବା ଲାଗି ବଣ୍ଡା ଜନ ଜାତିର ଲୋକେ ବାରମ୍ବାର ପ୍ରଶାସନକୁ ଅନୁରୋଧ କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ତାହା ହୋଇ ପାରିନାହିଁ ।  ଦିର୍ଘ ବର୍ଷ ପରେ ବଣ୍ଡା ଘାଟିର ବିକାଶ ଲାଗି ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ତେବେ ବଣ୍ଡା ଲୋକଙ୍କ ଅସୁବିଧା ସଂପର୍କରେ ବିଚାର କରି ଜିଲ୍ଲା କହିଛନ୍ତି ଯେ ଖୁବ ଶିଘ୍ର ବଣ୍ଡା ଘାଟିରେ ଆରଏମସି ତରଫରୁ ଏକ ସାପ୍ତାହିକ ହାଟର ବ୍ୟବସ୍ତା କରାଯିବ ।

 

 

Comments are closed.