Latest Odisha News

BREAKING NEWS

ଏହି ଦେଶରେ କୋଭିଶିଲ୍ଡ ଟିକା ନେଇ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ

ଦୁବାଇ: କରୋନା ଟିକା ନେଇ ୬ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସେଥିମଧ୍ୟରୁ ଭାରତ ନିର୍ମିତ କୋଭିଶିଲ୍ଡ ଟିକା ନେଇ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ବ୍ୟକ୍ତି ଚାଇନାର ସିନୋଫାରମ୍‌ ଟିକା ନେଇଥିଲେ। ଏଭଳି ଏକ ଅସନ୍ତୋଷପୂର୍ଣ୍ଣ ଖବର ଆସିଛି ସେଚେଲ୍ସରୁ।

ସମଗ୍ର ବିଶ୍ବରେ ଟିକାକରଣକୁ ଅଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ଅନ୍ୟପଟେ ସଂପୂର୍ଣ୍ଣ ଟିକାକରଣ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ ଭାରତ ସେଚେଲ୍ସକୁ କୋଭିଶିଲ୍ଡର ଏକ ଲକ୍ଷ ଡୋଜ ଦେଇଥିବା ବେଳେ ୟୁଏଇ ୫୦,୦୦୦ ଡୋଜ ସିନୋଫାରମ ପ୍ରଦାନ କରିଛି।

ତେବେ ଦେଶରୁ ମୃତ୍ୟୁର ଖବର ଆସିବା ‌ପରେ ସେଚେଲ୍ସର ରାଷ୍ଟ୍ରପତି ଦାବି କରିଛନ୍ତି ଯେ ଟିକା ଯୋଗୁ କୌଣସି ମୃତ୍ୟୁ ହୋଇନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭୂତାଣୁ ସଂକ୍ରମଣରେ ଆସିଥିବା ଅଧିକାଂଶ ଲୋକ ଟିକାକରଣ କରିନାହାନ୍ତି। ଏଯାବତ୍‌ ଦୁଇଟି ଡୋଜ ଟିକା ନେଇଥିବା କାହାରି ମୃତ୍ୟୁ ହୋଇ ନାହିଁ।

Leave A Reply

Your email address will not be published.