Latest Odisha News

BREAKING NEWS

ଓଡିଶାରେ କେନାଲ୍ ମ୍ୟାନ୍‌: ପଢନ୍ତୁ, ତାଙ୍କର ସଂଘର୍ଷର କାହାଣୀ ସମ୍ପର୍କରେ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ତାଳବୈତରଣୀ ଅଞ୍ଚଳରେ ନିଜର ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ପାଇଥିବା ସଫଳତା ଲାଗି ୭୨ ବର୍ଷୀୟ ବୃଦ୍ଧଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି । ଏପରିକି ଓଡିଶାର କେନାଲ୍ ମ୍ୟାନ୍ ଭାବେ ସେ ଖୁବ୍ ପରିଚିତ ମଧ୍ୟ୍ୟ ।

ତାଙ୍କର ଏହି ଉଦ୍ୟମ ପାଇଁ ତାଙ୍କ ଗ୍ରାମରେ ମଧ୍ୟ ବିକାଶ ପାଦ ଦେଇଛି ।

ସେ ହେଉଛନ୍ତି ଦୈତାରୀ ନାୟକ ନାମକ ଜଣେ କୃଷକ । ଏଠାକାର ଗ୍ରାମବାସୀମାନେ ବିଲରେ ଜଳ ସେଚନ ପାଇଁ ଜଳ ଅଭାବର ସମ୍ମୁଖୀନ ହେଉଥିଲେ। ଏସବୁ ସତ୍ୱେ ତାଙ୍କ ଗାଁ ଉପରେ ସରକାରଙ୍କ କୌଣସି ଦୃଷ୍ଟି ପଡିନଥିଲା ।

ଯାହାଫଳରେ ଗାଁରୁ ଜଳାଭାବ ଦୂର କରିବା ଲାଗି ନାୟକ ଅଣ୍ଟା ଭିଡିଥିଲେ । କାହାରି ବିନା ସହାୟତାରେ ଗତ ତିନି ବର୍ଷ ପୂର୍ବେ ନାୟକ ଗୋନାସିକା ପର୍ବତରୁ ତିନି କିଲୋମିଟର କେନାଲ ଖୋଦେଇରେ ଲାଗିପଡିଥିଲେ । ପରିଶେଷରେ ବର୍ଷ ବର୍ଷ ଧରି କାମ କରିବା ପରେ ସେଠାରେ ଏକ କେନାଲ ସୃଷ୍ଟି ହୋଇପାରିଥିଲା।

ଏହି ସଫଳତା ପରେ ସରକାରଙ୍କ ନଜର ଆମ ଉପରେ ପଡିଛି ।“ପୂର୍ବରୁ ଆମେ ଆର୍ଥିକ ଭାବେ ସଂଘର୍ଷ କରୁଥିଲୁ। ବର୍ତ୍ତମାନ ମୁଁ ସରକାରଙ୍କ ଠାରୁ ଭତ୍ତା ହିସାବରେ ମାସକୁ ୧୦,୦୦୦ ଟଙ୍କା ପାଉଛି। ବର୍ତ୍ତମାନ ମୋ ଏବଂ ମୋ ପରିବାର ପାଇଁ ଏକ ପକ୍କା ଘର ନିର୍ମାଣ ଚାଲିଛି। ମୋ ଗାଁକୁ ଏକ ପକ୍କା ରାସ୍ତା ନିର୍ମାଣ ମଧ୍ୟ ଆରମ୍ଭ ହୋଇଛି। ଧୀରେ ଧୀରେ ହେଲେ ମଧ୍ୟ ବିକାଶ ଆମ ପାଖରେ ପହଞ୍ଚିବା ଆରମ୍ଭ କରିଛି” ବୋଲି ନାୟକ କହିଛନ୍ତି।

ଖାଲି ସେତିକି ନୁହେଁ, ଗ୍ରାମକୁ ନିୟମିତ ଏବଂ ସୁଗମ ଜଳ ପ୍ରବାହକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପକ୍ଷରୁ ପାହାଡ ଦେଇ ଖୋଦେଇ ହୋଇଥିବା କେନାଲ ଚାରିପାଖରେ ଏକ କଂକ୍ରିଟ କାନ୍ଥ ନିର୍ମାଣ ଆରମ୍ଭ କରାଯାଇଛି ।

ଦୈତାରୀଙ୍କ କହିବାନୁଯାୟୀ ସ୍ଥାନୀୟ ଅଞ୍ଚଳକୁ ପାଣି ଆଣିବା ସମ୍ଭବ ନୁହେଁ ବୋଲି ସ୍ଥାନୀୟ ପ୍ରଶାସନ ଦାବି କରିଥିଲେ। ଯାହାଫଳରେ କେନାଲ ଖୋଳିବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ୍ୟ ରହିଥିଲା ।

“ଗ୍ରୀଷ୍ମ ଋତୁ ଆସିଲା ମାତ୍ରେ ଆମ ଗାଁ ଜଳ ସଙ୍କଟ ଭୋଗୁଥିଲା। ଏପରିକି ମୁଁ ଏବଂ ମୋ ପରିବାର କିଛି ବର୍ଷ ଧରି ଆମ ଗାଁ ନିକଟ ପର୍ବତର ଜଳ ସ୍ରୋତରୁ ପାଣି ଆଣି ଚଳୁଥିଲୁ” ବୋଲି ନାୟକ କୁହନ୍ତି।

ଏହି କେନାଲ ମ୍ୟାନ୍ ଏକ ବଡ ଯୌଥ ପରିବାରରେ ରହୁଥିବା ବେଳେ ତାଙ୍କୁ ୨୦୧୯ ରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏତିକିରେ ଶ୍ରୀ ନାୟକଙ୍କ କାର୍ଯ୍ୟ ଶେଷ ହୋଇନାହିଁ। ବର୍ତ୍ତମାନ ସମୟରେ ତାଙ୍କ ଗାଁରେ ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ ଏବଂ ସ୍ୱାସ୍ଥ୍ୟସେବା ସୁବିଧା ନଥିବାବେଳେ ସେ ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରୁଛନ୍ତି।

Comments are closed.