ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ମହିଳା ଇସ୍ରୋ ବୈଜ୍ଞାନିକ ଡକ୍ଟର ସୁଷମା ପାଣିଗ୍ରାହୀଙ୍କର ଗୁଜୁରାଟ ଅହମଦାବାଦରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା ।
ଡକ୍ଟର ପାଣିଗ୍ରାହୀ ଗତ କିଛି ବର୍ଷ ହେବ କ୍ୟାନ୍ସର ରୋଗରେ ପୀଡିତ ଥିଲେ ।
୧୯୫୨ ମସିହା ଅକ୍ଟୋବର ୧୭ ରେ ସେ ଗଞ୍ଜାମ ଜିଲ୍ଲା ଆସ୍କା ଠାରେ ଜନ୍ମଗ୍ରହଣ କରିଥିଲେ । ୯୭୪ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବଟାନିରେ ଏମ୍ଏସ୍ସି କରିବା ପରେ ଆଇଆଇଟି ଖଡଗପୁରରୁ ୧୯୮୨ ମସିହାରେ ପିଏଚ୍ଡି ଡିଗ୍ରୀ ହାସଲ କରିଥିଲେ ।
୧୯୮୩ ମସିହାରେ ଇସ୍ରୋର ଅହମଦାବାଦ ଠାରେ ଯୋଗ ଦେଇଥିଲେ । ରିମୋଟ୍ ସେନସିଙ୍ଗ ବିଷୟ ବସ୍ତୁ ଉପରେ ଗବେଷଣା କରୁଥିବା ଡକ୍ଟର ପାଣିଗ୍ରାହୀ ବିପର୍ଯ୍ୟୟ ପରିଚାଳନା, ବାତ୍ୟା, ବନ୍ୟା ଏବଂ ଫସଲ ପରିଚାଳନା କ୍ଷେତ୍ରରେ ୩୦ ବର୍ଷ ଧରି ନିଷ୍ଠାପର ଭାବେ ଅନେକ କାର୍ୟ୍ୟ କରିଛନ୍ତି ।
ତାଙ୍କ ସ୍ୱାମୀ ଡକ୍ଟର ମାନବ ଚକ୍ରବର୍ତ୍ତୀ ମଧ୍ୟ ପରମାଣୁ ବିଜ୍ଞାନୀ ଏବଂ ଅନେକ ବର୍ଷ ଧରି ଇସ୍ରୋରେ କାର୍ୟ୍ୟ କରିଥିଲେ ।
ତାଙ୍କର ଏକମାତ୍ର ପୁଅ ସୂଦୀପ ଚକ୍ରବର୍ତ୍ତି ପେସାରେ ଇଂଜିନିୟର । ଡକ୍ଟର ପାଣିଗ୍ରାହୀ ଏମସ୍ର ପୂର୍ବତନ ନିର୍ଦ୍ଦେଶକ ତଥା ସୋଆ କୁଳପତି ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ରଙ୍କ ନିକଟ ସମ୍ପର୍କୀୟ ।
Comments are closed.