Latest Odisha News

BREAKING NEWS

ଠିକା ଶିକ୍ଷକ କାହିଁକି ବୋଲି କହି ସରକାରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ, ନିର୍ବାଚନୀ ଷ୍ଟଣ୍ଟ କହିଲେ ବିରୋଧୀ

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିକୁ ନେଇ ତେଜିଛି ବିବାଦ। ବିରୋଧୀ ଦଳମାନେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେଉଁଥିରେ ରାଜ୍ୟ ସରକାର ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଯୋଜନା ରଖିଛନ୍ତି। ବିରୋଧୀ ଦଳମାନେ ଏହାକୁ ଏକ ରାଜନୈତିକ ଚାଲ୍ ଏବଂ ଏକ ନିର୍ବାଚନୀ ଷ୍ଟଣ୍ଟ୍ ବୋଲି କହିଛନ୍ତି।

ମଙ୍ଗଳବାର ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନଲାଇନ୍ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମାଧ୍ୟମରେ ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକ (ସ୍କିମେଟିକ୍)ଙ୍କୁ ନିୟୋଜିତ କରିବା ପାଇଁ ବିସ୍ତୃତ ଗାଇଡଲାଇନ୍ ପ୍ରକାଶ ପାଇଛି। ଯାହାକୁ ଅଭିଭାବକ ସଂଘ ମଧ୍ୟ ବିରୋଧ କରିଛି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଏଭଳି ନିଯୁକ୍ତି କେବଳ ନିର୍ବାଚନ ପାଇଁ ହୋଇଥିବା ବେଳେ ରାଜ୍ୟ ସରକାର ସିଧାସଳଖ ନିଯୁକ୍ତି କାହିଁକି ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି,ପ୍ରାୟ ୯୮ ହଜାର ପଦବୀ ଖାଲି ପଡ଼ିଥିବା ବେଳେ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ବର୍ଷକ ପାଇଁ ୨୦ ହଜାର ଲୋକଙ୍କୁ ନିଯୁକ୍ତି ଦେବେ। ଭୋଟ୍ ସରିବା ପରେ ସେ ସବୁ ଭୁଲିଯିବେ। ସରକାର କାହିଁକି ବର୍ଷିକିଆ ଚୁକ୍ତି ବଦଳରେ ସିଧାସଳଖ ନିଯୁକ୍ତି ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ସେହିପରି ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତିକୁ ବିଜେପି ନେତା ସୁରଥ ବିଶ୍ୱାଳ ‘ନୂଆ ବୋତଲରେ ପୁରୁଣା ମଦ’ ବୋଲି କହିଛନ୍ତି। ପୂର୍ବରୁ ସରକାର ସମସ୍ତ କର୍ମଚାରୀଙ୍କୁ ନିୟମିତ କରି ଠିକା ବ୍ୟବସ୍ଥାକୁ ହଟାଇ ଦେଇଥିଲେ। ଏବେ ଆମେ ପଚାରିବାକୁ ଚାହୁଁଛୁ କନିଷ୍ଠ ଶିକ୍ଷକଙ୍କୁ କେତେ ବର୍ଷ ନିୟୁକ୍ତି ଦିଆଯିବ? ଏଥିରେ କିଛି ନୂଆ ନାହିଁ ଏବଂ ରାଜ୍ୟ ସରକାର ଘୋଷଣା କରିଥିବା ସମସ୍ତ ଯୋଜନା କେବଳ ନିର୍ବାଚନ ପାଇଁ।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି ଦିଆଯିବ। ଓସେପା ୱେବସାଇଟ୍‌ରୁ ତଥ୍ୟ ଜାଣିପାରିବେ । ମୁଖ୍ୟମନ୍ତ୍ରୀ ଏପରି ଐତିହାସିକ ନିଷ୍ପତ୍ତି ନେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି।

ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଡ, ଅଶ୍ୱତୀ ଏସ୍, ସମସ୍ତ ବିବରଣୀ ରିଜୋଲ୍ୟୁସନରେ ରହିଛି ଏବଂ ନିଯୁକ୍ତି ସମଗ୍ର ଶିକ୍ଷା ଅଧୀନରେ ଯୋଜନାବଦ୍ଧ ଚୟନ ମାଧ୍ୟମରେ ହେବ। ସରକାର ସେମାନଙ୍କୁ ନିୟମିତ କରିବା ପାଇଁ ‘ସମଗ୍ର ଶିକ୍ଷା’ ଅଧୀନରେ ନିଯୁକ୍ତି ପାଇଁ ନିୟମକୁ କୋହଳ କରିଛନ୍ତି।

Leave A Reply

Your email address will not be published.