Latest Odisha News

BREAKING NEWS

‘ଡିଜିନ’ ପତ୍ରିକାରେ ଓଡ଼ିଶାର କୃଷି ଭବନ

ଭୁବନେଶ୍ୱର: ବିଶ୍ୱସ୍ତରୀୟ ପତ୍ରିକା ‘ଡିଜିନ୍’ରେ ସ୍ଥାନ ପାଇଛି ଓଡିଶାର କୃଷି ଭବନ । ଭାରତର ସର୍ବପ୍ରଥମ ସରକାରୀ ସୌଧ ଭାବେ ଏହା ସ୍ଥାନ ପାଇଛି ।ପ୍ରାୟ ୧.୩ ଲକ୍ଷ ବର୍ଗ ଫୁଟ ପରିମିତ ସ୍ଥାନରେ ନିର୍ମିତ ଏହି କୃଷିଭବନକୁ ଦିଲ୍ଲୀର ଷ୍ଟୁଡିଓ ଲୋଟସ ପକ୍ଷରୁ ଡିଜାଇନ କରାଯାଇଛି । ଏହାର ଡିଜାଇନରେ ଓଡ଼ିଶାର କଳାକୁ ପ୍ରଦର୍ଶିତ କରାଯାଇଛି ।

୨୦୧୩ରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ଗତ ୨୦୧୮ରେ ଏହାକୁ ଖୋଲିଦିଆଯାଇଥିଲା । ଏଥିପାଇଁ ୭୦ କୋଟି ଟଙ୍କା ବ୍ୟୟ କରାଯାଇଥିଲା । ଓଡ଼ିଶାର କୃଷିବିଭାଗ ପାଇଥିବା କୃଷିକର୍ମଣ ପୁରସ୍କାର ରାଶି ଉପଯୋଗ କରି ଏହାକୁ ନିର୍ମାଣ କରାଯାଇଥିଲା । ସାମୟିକ ପରିବେଶ ଭିତରେ କିଭଳି ଆଂଚଳିକ ହସ୍ତଶିଳ୍ପଗୁଡିକ ଏକିଭୂତ ହୋଇପାରିବ ତାହାର ଏକ ଉଦାହାରଣ ସୃଷ୍ଟି କରିଛି ଓଡ଼ିଶାର କୃଷି ଭବନ ।

ଆନ୍ତର୍ଜାତୀୟ ମାନ୍ୟତା ପାଇବାରେ ଓଡିଶାର କୃଷି ଭବନ ପ୍ରଥମ ଥର ନୁହେଁ । ଗତବର୍ଷ ଏହା ଫୋବସ, ଆର୍କଡେଲି, ଆର୍କିଟେକଚରାଲରେକର୍ଡ ଆଦିରେ ସ୍ଥାନ ପାଇଥିଲା । ଆହୁରି ମଧ୍ୟ ଏହା ଗତ ବର୍ଷ ଆମଷ୍ଟରଡାମ ଠାରେ ଅନୁଷ୍ଠିତ ହୋଇଥିବା ବିଶ୍ବ ଆର୍କିଟେକଚର ଫେଷ୍ଟିଭାଲରେ ମଧ୍ୟ ସ୍ଥାନ ପାଇଥିଲା । ଏହାପୂର୍ବରୁ ୨୦୧୯ରେ ମଧ୍ୟ କୃଷି ଭବନ ବିଶ୍ୱ ସ୍ଥାପତ୍ୟ ମହୋତ୍ସବ(ଡଇୠ) ରେ ପୁରସ୍କାର ପାଇଁ ସର୍ଟଲିଷ୍ଟ ମଧ୍ୟ ହୋଇଥିଲା।

Leave A Reply

Your email address will not be published.