Latest Odisha News

BREAKING NEWS

ରାୟଗଡାରେ ତେଜୁଛି ଜିଲ୍ଲା ବିଜେଡି ସଭାପତି ଓ ପୂର୍ବତନ ସାଂସଦ ଭାସ୍କର ରାଓଙ୍କ କଳି!

ରାୟଗଡା (ପ୍ରମୋଦ କୁମାର ସାହୁ): ସରକାରୀ କାର୍ଯ୍ୟକ୍ରମ ବେଳେ ପଦାରେ ପଡିଲା ଶାସକ ଦଳର କନ୍ଦଳ। ରାୟଗଡା ଜିଲ୍ଲାରେ ଦୀର୍ଘଦିନ ଧରି ଚାଲିଥିବା ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓ ଏବଂ ଜିଲ୍ଲା ବିଜେଡି ସଭାପତିଙ୍କ କନ୍ଦଳ ସାମ୍ନାକୁ ଆସିଛି।

ପୂର୍ବରୁ ପୋଷ୍ଟର ୱାର ଏବଂ ପରେ ଏକ ଘରୋଇ କାର୍ଯ୍ୟକ୍ରମରେ ଆଜି ଏହି ବିବାଦ ସାମ୍ନାକୁ ଆସିଛି। ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଆଦିବାସୀ ବିକାଶ ଅଧ୍ୟକ୍ଷା ଅନୁସୟା ମାଝୀ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଏବଂ ବିଜୁ ସ୍ୱାସ୍ଥ୍ୟ ଉପଦେଷ୍ଟା ତଥା ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଏନ୍ ଭାସ୍କର ରାଓ ଏମାନଙ୍କୁ ଉପସ୍ଥିତି ଦେଖିବା ପରେ ସେଠାରୁ ଛତ୍ରଭଙ୍ଗ ଦେଇ ପଳାଇଥିଲେ। ଏହାକୁ ନେଇ ଜିଲ୍ଲା ରାଜନୀତି ସରଗରମ ହୋଇଛି। ଏବଂ ରାୟଗଡାରେ ପୂର୍ବତନ ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓ  ଏବେ ଦଳରେ ଏକ ଘରକିଆ ହୋଇଛନ୍ତି ବୋଲି ଜଣାପଡିଛି।

ଯଦି ଏବେଠୁ ଗୋଷ୍ଠୀ କନ୍ଦଳ ତେଜିଲାଣି ତାହେଲେ ଆଗାମୀ ସାଧାରଣ ନିର୍ବାଚନ ବେଳକୁ ଦଳକୁ ବଢୁଥିବା କନ୍ଦଳ ଅଡୁଆରେ ପକାଇପାରେ। ଯାହାର ଫାଇଦା ବିରୋଧୀ ଦଳକୁ ଯାଇପାରେ।  ତେବେ ଗୋଷ୍ଠୀ କନ୍ଦଳ ଅଭିଯୋଗକୁ ଭାସ୍କର ରାଓ ଖଣ୍ଡନ କରିଛନ୍ତି। ଦଳରେ ସମସ୍ତେ ଏକାଠି ଅଛନ୍ତି ବୋଲି କହିଛନ୍ତି।

ଜିଲ୍ଲାରେ ଭାସ୍କର ରାଓ ଏକ ଘରିକିଆ ହେବା ପଛରେ ନିକଟରେ ହୋଇଥିବା ପୌର ଓ ପଞ୍ଚାୟତ ନିର୍ବାଚନ ବୋଲି ଜଣାପଡିଛି। ନିର୍ବାଚନ ବେଳେ ଭାସ୍କର ରାଓ ଦଳ ବିରୋଧୀ କାମରେ ଲିପ୍ତ ଥିଲେ ବୋଲି ଅଭିଯୋଗ ରହିଛି। ଦଳର ପୌର ଅଧ୍ୟକ୍ଷା ପ୍ରାର୍ଥୀଙ୍କ ସ୍ୱାମୀ ତଥା ବିଜେଡିର ବରିଷ୍ଠ ନେତା ତଥା ସରକାରୀ ଓକିଲ ରାଜୁ ସାହୁ ଏହି ଅଭିଯୋଗ ସେତେବେଳେ ଆଣିଥିଲେ। ଏହାପରେ ସାଂସଦ ଏକ ଘରିକିଆ ହୋଇଛନ୍ତି।

ଭାସ୍କର ରାଓ ସ୍ଥାନୀୟ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଏବଂ ଉଭୟ ବ୍ଲକ ଏବଂ ପୌର ପରିଷଦରେ ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ବିଜୁ ଜନତା ଦଳର ବରିଷ୍ଠ କର୍ମୀ ତଥା ଓକିଲ ରାଜୁ ସାହୁ। ଭାସ୍କର ରାଓ ଦଳରେ ରହି ଦଳ ବିରୋଧୀ କାମ କରିଛନ୍ତି ତେଣୁ ତାଙ୍କୁ ଆଜି ଏ ଦଶା ଦେଖିବାକୁ ପଡିଲା ବୋଲି ରାଜୁ ସାହୁ କହିଛନ୍ତି।  ଆଗାମୀ ନିର୍ବାଚନରେ ତାଙ୍କୁ କୌଣସି ଗୁରୁ ଦାୟିତ୍ୱ ଦିଆ ଯିବନି ଏବଂ ରାୟଗଡାର ତିନି ବିଧାୟକଙ୍କ ସହ ଜିଲ୍ଲା ସଭାପତି ସୁଧୀର ଦାସ ଏ ସବୁ ନିଜେ ପରିଚାଳନା କରିବେ ବୋଲି ସେ କହିଛନ୍ତି।

କିନ୍ତୁ ଜିଲ୍ଲାରେ କିମ୍ବା ଗୁଣୁପୁର ସଦର ନିର୍ବାଚନରେ ଭାସ୍କର ରାଓଙ୍କ ଦଳୀୟ ଆଭିମୁଖ୍ୟକୁ ନେଇ ଆଲୋଚନା ଚାଲିଛି। ଅନ୍ୟପଟେ ରାୟଗଡା ରେ ଭାସ୍କର ରାଓଙ୍କ ଅତି ନିକଟତର କୋଣ୍ଡା ବାବୁ ମଧ୍ୟ ଭାସ୍କରଙ୍କୁ ଏକ ଘରିକିଆ କରିବା ପରେ ବର୍ତ୍ତମାନ ଭାସ୍କର ରାଓଙ୍କ କୌଣସି ଭୂମିକା ନଥିବା ଜଣାପଡିଛି।

ଅନ୍ୟପଟେ ଭାସ୍କର ରାଓଙ୍କ ଲୋକପ୍ରିୟତାକୁ ଏମାନେ ସହ୍ୟଚ କରି ପାରୁନାହାଁନ୍ତି କି ? ବର୍ତ୍ତମାନର ରାଜ୍ୟ ଆଇନ ମନ୍ତ୍ରୀ ବିଧାୟକ ଏବଂ ଜିଲ୍ଲା ସଭାପତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ସେ ଯାହା ହେଉ ଆଗାମୀ ସାଧାରଣ ନିର୍ବାଚନରେ ଜଗନ୍ନାଥ ରଘୁନାଥ ମକରନ୍ଦ ଏବଂ ସୁଧୀର ଙ୍କ ଗୋଟି ଚାଳନା କଣ କରିବ ତାହା ଦେଖିବାକୁ ବାକି ରହିଲା ? ନା ପୁଣି ଥରେ ବିଜୁ ଜନତା ଦଳ ଭାସ୍କର ଙ୍କୁଗୁରୁ ଦାୟିତ୍ୱ ଦେବ ? ସମୟ ହିଁ କହିବ?

 

Leave A Reply

Your email address will not be published.