Latest Odisha News

BREAKING NEWS

KBCରେ ବିଗ୍ ବି ପଚାରିଲେ ‘ବନ୍ଦେ ଉତ୍କଳ ଜଜନୀ’କୁ କିଏ ଦେଇଛି ରାଜ୍ୟ ସଙ୍ଗୀତ ମାନ୍ୟତା ?

ମୁମ୍ବାଇ: ବନ୍ଦେ ଉତ୍କଳ ଜନନୀକୁ କେଉଁ ରାଜ୍ୟ ଦେଇଛି ରାଜ୍ୟ ସଙ୍ଗୀତ ମାନ୍ୟତା ? କୌନ୍ ବନେଗା କରୋଡପତିର ସିଜିନ ୧୩ରେ ଏହି ପ୍ରଶ୍ନ ପଟାରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ଗତ ୨୮ ତାରିଖରେ ଜଣେ ପ୍ରତିଯୋଗୀ ଶିବ ଶଙ୍କରଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ବିଗ୍ ବି ।

ଚାରିଟି ରାଜ୍ୟର ନାଁ ଅପସନରେ ଥିଲା । ଉତ୍ତର ତାଲିକାରେ ରହିଥିଲା ଓଡ଼ିଶା, ତ୍ରିପୁରା, ମଣିପୁର ଓ ଝାଡ଼ଖଣ୍ଡର ନାଁ । ଯାହାର ସଠିକ ଉତ୍ତର ହେଉଛି ଓଡ଼ିଶା । ବନ୍ଦେ ଉତ୍କଳ ଜନନୀକୁ ଓଡ଼ିଶା ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇଛି । ଗତବର୍ଷ ଜୁନ୍ ୭ ତାରିଖରେ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବରେ ମୋହର ବାଜିଥିଲା । ୧୯୧୨ ମସିହାରେ ଏହି ସଙ୍ଗୀତକୁ ରଚନା କରିଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ।

ମାଧ୍ୟମିକସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କଳାଜୟୀ କୃତି ବନ୍ଦେ ଉତ୍କଳ ଜନନୀ ପଢ଼ିବାର ସୁଯୋଗ ପାଇବେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇଥିଲା । ପରେ ନବମ ଓ ଦଶମ ପାଠ୍ୟକ୍ରମରେ ସାମିଲ କରିଛି ମାଧ୍ୟମିକ ଶିକ୍ଷା ପରିଷଦ ।

Comments are closed.