Latest Odisha News

BREAKING NEWS

ଡ଼ିସେମ୍ବର ୩୧ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ

ବରଗଡ଼: ବରଗଡ଼ ସହରରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ଡ଼ିସେମ୍ବର ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶନିବାର ଦିନ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ବିଶ୍ୱପ୍ରସିଦ୍ଧ ଖୋଲାମଞ୍ଚ ଧନୁଯାତ୍ରା ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ଚଳିତ ବର୍ଷର ଧନୁଯାତ୍ରାରେ କଂସ ଭୂମିକାରେ କେଉଁ ଅଭିନେତା ଅଭିନୟ କରିବେ ତାହା ଆଗାମୀ ବୈଠକରେ ଚୂଡ଼ାନ୍ତ ହୋଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.