Latest Odisha News

BREAKING NEWS

ଗଣେଶ ପୂଜାରେ ଭଗବାନଙ୍କୁ ଅର୍ପଣ କରନ୍ତୁ ଏହି ସବୁ ଭୋଗ

ଭୁବନେଶ୍ୱର: ପାଖେଇ ଆଉଛି ବିଘ୍ନହର୍ତା ଗଜାନନ ପ୍ରଭୁ ଶ୍ରୀ ଗଣେଶ ଚତୁର୍ଥୀ l ଆସନ୍ତା ୭ ତାରିଖରେ ଘରେ ବାହାରେ ସବୁଠି ପୂଜା ପାଇବେ ପ୍ରଭୁ ଶ୍ରୀ ଗଣେଶ l ଭଗବାନ ଗଣେଶଙ୍କୁ ୧୦ ଦିନ ଧରି ପୂଜା କରାଯାଇଥାଏ। କେତେକ ରାଜ୍ୟରେ ଏହି ଗଣେଶ ପର୍ବ କେବଳ ତିନି ଦିନ ଧରି ଚାଲିଥାଏ ଏବଂ ଏହା ପରେ ବିଷର୍ଜନ କରାଯାଇଥାଏ । କୁହାଯାଏ ଭଗବାନ ଗଣେଷ ବେଶ୍ ଖାଦ୍ୟ ପ୍ରିୟ। ତାଙ୍କର ଭୋଗରେ ରହିଛି ଅନେକ ସ୍ବତନ୍ତ୍ରତା । ବିଶେଷ ଗଣେଶ ମିଠା ପ୍ରିୟ । ସେଥିପାଇଁ ତାଙ୍କ ହାତରେ ସର୍ବଦା ଲଡୁ ରହିଥାଏ l ଏଥିସହିତ ଗଣେଷଙ୍କ ଆଉ କିଛି ପ୍ରିୟ ଭୋଗ ମଧ୍ୟ ରହିଛି। ଆସନ୍ତୁ ଜାଣିବା ଭଗବାନ ଗଣେଷଙ୍କ ପ୍ରିୟ ଖାଦ୍ୟ ଉପରେ…

  • ମୋଦକ ଲଡୁ: ମୋଦକ ଲଡୁ ଗଣେଶଙ୍କ ଅତି ପ୍ରିୟ । ଏହାର ପ୍ରସ୍ତୁତି ଶୈଳୀ ମଧ୍ୟ ଭିନ୍ନ l ମହାରାଷ୍ଟ୍ରରେ, ବିଶେଷକରି ଗଣେଶ ପୂଜା ଅବସରରେ, ଘରେ ବିଭିନ୍ନ ପ୍ରକାରର ମୋଦକ ତିଆରି କରାଯାଏ ।
  • ବୁନ୍ଦି ଲଡୁ: ମୋଦକ ପରେ ଗଣେଶଙ୍କୁ ନୈବ୍ୟଦ ଆକାରରେ ବୁନ୍ଦି ଲଡୁ ପ୍ରଦାନ କରାଯାଇଥାଏ। ଏହା ମଧ୍ୟ ଗଣେଷଙ୍କ ବେଶ୍ ପ୍ରିୟ। ଶୁଦ୍ଧ ଘିଅରେ ପ୍ରସ୍ତୁତ ହୋଇଥାଏ ଏହି ବୁନ୍ଦି ଲଡୁ l
  • ନଡ଼ିଆ ଚାଉଳ: ଏହା ଦକ୍ଷିଣ ଭାରତରେ ତିଆରି ହୁଏ । ଚାଉଳକୁ ନଡ଼ିଆ କ୍ଷୀର କିମ୍ବା ପାଣିରେ ଭିଜାଇ କିମ୍ବା ଚାଉଳ ସହିତ ମିଶାଇ ରନ୍ଧାଯାଇଥାଏ। ଏହା କେବଳ ଗଣେଷ ପୂଜା ଦିନ ପ୍ରସ୍ତୁତ କରାଯାଇଥାଏ।
  • ଖୁଆ ପେଡା: ଏହା କ୍ଷୀରରେ ତିଆରି ଏକ ମହାରାଷ୍ଟ୍ରୀୟ ଖାଦ୍ୟ । ଏହାର ଆକାର ଗୋଲାକାର ।
  • ପଞ୍ଚାମୃତ : ପଞ୍ଚାମୃତ ମଧ୍ୟ ଗଣେଷଙ୍କର ପ୍ରିୟ ଅଟେ। ସାଧାରଣତଃ ବିଭିନ୍ନ ପୂଜାରେ ଖିର, ଦହି, ଘିଏ ମହୁ ଏବଂ ଗୁଡ ରେ ପ୍ରସ୍ତୁ ଏହା ଏକ ଭିନ୍ନ ଭୋଗ।
  • ରସାବଳି: ରସାବଳି ମଧ୍ୟ ଶ୍ରୀଗଣେଷଙ୍କ ଅତି ପ୍ରିୟ ଭୋଗ। ଏହା ମଧ୍ୟ ସମସ୍ତେ ଘରେଘରେ ପ୍ରସ୍ତୁତ କରିଥାନ୍ତି। କଦଳୀ ଖିର ଏବଂ ମିଠା ମିଶାଇ ତାହାକୁ ଚକଡି ଏହାକୁ ପ୍ରସ୍ତୁତ କରାଯାଇଥାଏ।
  • ନଡିଆ : ଭଗବାନ ଗଣେଷଙ୍କ ପ୍ରିୟ ହେଉଛି ନଡିଆ। ସେଥିପାଇଁ ସ୍କୁଲରେ ଗଣେଷ ପୂଜା ବେଳେ ନଡିଆ ବାଡାଇବା ପରଂପରା ରହିଛି। ସେଥିପାଇଁ ଗଣେଷ ପୂଜାରେ ନଡିଆ ଭୋଗ ନିଶ୍ଚିତ କରାଯାଇଥାଏ।

Comments are closed.