Latest Odisha News

BREAKING NEWS

ପରଦାକୁ ଫେରିଲେ ବର୍ଷା: ରିଲିଜ୍ ହେଲା ‘ନିମକି’ ଫିଲ୍ମର ଟ୍ରେଲର୍

ଭୁବନେଶ୍ୱର : ଏକ ଲମ୍ବା ବ୍ୟବଧାନ ପରେ ବଡ ପରଦାରେ ନଜର ଆସିବେ ଓଲିଉଡ କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀ । ସେ ଖୁବ ଶିଘ୍ର ଓଡିଆ ଫିଲ୍ମ ‘ନିମକି’ ରେ ନଜର ଆସୁଛନ୍ତି ।

ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ ଅବସରରେ ‘ନିମକି’ ର ଟ୍ରେଲର ରିଲିଜ୍ ହୋଇଛି । ଏକ ସାଧାରଣ ଝିଅର ଅସାଧାରଣ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମର ଏକ ଛୋଟ ଗାଁ ନିମପୁରର ଗାଁଉଲି ଝିଅଟି କିପରି ନବୀନ ନିବାସ ଯାଏଁ ପହଞ୍ଚିଛି ତାର ସଂଘର୍ଷପୂର୍ଣ୍ଣ ଯାତ୍ରାକୁ ଦର୍ଶକମାନେ ଫିଲ୍ମରେ ଦେଖିବାକୁ ପାଇବେ ।

ପ୍ରାୟ ୨୦୧୭ରେ ଶେଷଥର ପାଇଁ ଦର୍ଶକମାନେ ତାଙ୍କୁ ରୋମିଓ ଜୁଲିଏଟ୍ ଫିଲ୍ମରେ ଦେଖିବାକୁ ପାଇଥିଲେ । ଏହାପରେ ଲମ୍ବା ସମୟ ଯାଏଁ ତାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳିନଥିଲା ।

ତେବେ ‘ନିମକି’ ରେ ବର୍ଷା ଏକ ଗାଁଉଲି ଝିଅ ଭୁମିକାରେ ଅଭିନୟ କରି ପୁଣିଥରେ ସେ ଦର୍ଶକଙ୍କୁ ନିଜ ଅଭିନୟର ଯାଦୁ ଦେଖାଇବେ । ଏହି ଫିଲ୍ମଟିର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ସୁଶାନ୍ତ ମଣି । ସେହିପରି ପ୍ରେମାନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ଏହାର ଡାଏଲଗ୍ ଦେଇଛନ୍ତି ଦିଲ୍ଲୀପ ଚୌଧୁରୀ । ଏହି ଫିଲ୍ମଟି ନିଶ୍ଚିତ ରୂପେ ସୁପରହିଟ ହେବ ବୋଲି ‘ନିମକି’ ଟିମର କଳାକାରମାନେ କହିଛନ୍ତି ।

Leave A Reply

Your email address will not be published.