Latest Odisha News

BREAKING NEWS

ଜୁଲାଇ ୩୦ରୁ ଦଶମ ଅଫଲାଇନ୍ ପରୀକ୍ଷା

ଭୁବନେଶ୍ବର : ଜୁଲାଇ ୩୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଅଫ୍‌ଲାଇନ୍‌ ପରୀକ୍ଷା । ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ରେ ହେବ ଫର୍ମ ଫିଲପ୍ । ଆସନ୍ତା ଜୁଲାଇ ୫ ତାରିଖରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ଫର୍ମ ଫିଲପ । ତେବେ ମାଟ୍ରିକ ମୂଲ୍ୟାୟନକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ଅଫଲାଇନ୍ ପରୀକ୍ଷା ଦେଇପାରିବେ । ଏଥିପାଇଁ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫିସ୍ ଛାଡ଼ କରାଯାଇଛି ।

ଚଳିତ ମାଟ୍ରିକ ପରୀକ୍ଷାରେ ମୋଟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ ହୋଇଥିଲା । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ୍ କରିଥିଲେ । ସେହିପରି ୭ ହଜାର ୭୦୩ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ । ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୫୬ ଜଣ A1 ଗ୍ରେଡ୍‌ ପାଇଥିବା ବେଳେ, ୨୨ ହଜାର ୧୩୧ ଜଣ A2 ଗ୍ରେଡ୍ ପାଇଥିଲେ । ସେହିପରି ୫୨ ହଜାର ୧୯୯ ଜଣ B1 ଗ୍ରେଡ୍ ପାଇଥିବା ବେଳେ, ୯୪ ହଜାର ୪୭୫ ଜଣ B2 ଗ୍ରେଡ୍‌ ପାଇଥିଲେ ।

ହେଲେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ । ଏପରିକି ବୋର୍ଡ ଅଫିସ ମଧ୍ୟ ଘେରାଉ କରିଥିଲେ ଛାତ୍ରଛାତ୍ରୀ । ବିବାଦ ପରେ ବୋର୍ଡ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା । ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଚାହିଁଲେ ଅଫଲାଇନ୍ ପରୀକ୍ଷା ଦେଇପାରିବେ ବୋଲି କହିଥିଲା ବୋର୍ଡ ।

Comments are closed.