Latest Odisha News

ପରୀକ୍ଷା ଦେଇ ମାର୍କଲିଷ୍ଟରେ ନାଁ ନାହିଁ : ତେଜୁଛି ଛାତ୍ର ଅଶାନ୍ତି

ନବରଙ୍ଗପୁର : ପ୍ରାକ୍ଟିକାଲ ପରୀକ୍ଷାକୁ ନେଇ ପୁଣି ଛାତ୍ରଛାତ୍ରୀ ଅଶାନ୍ତି। ପ୍ରାକ୍ଟିକାଲ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ କିନ୍ତୁ ମାର୍କ ଲିଷ୍ଟରେ ପ୍ରାକ୍ଟିକାଲ ପରୀକ୍ଷାରେ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଲେଖାହୋଇଛିା ଏଭଳି ଅଭିଯୋଗ ଆଣିଛନ୍ତି ନବରଙ୍ଗପୁର ମଡେଲ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ । ପ୍ରଥମ ସେମିଷ୍ଟାର ର ପ୍ରାକ୍ଟିକାଲ ପରୀକ୍ଷାରେ ନମ୍ବର ସ୍ଥାନ ପାଇଲା ନାହିଁ । ଯାହାକୁ ନେଇ ଛାତ୍ରଅଶାନ୍ତି ଦେଖାଦେଇଛି।

ନବରଙ୍ଗପୁର ଜିଲ୍ଲାର ଆଦର୍ଶ ସ୍ନାତକ ମୁହାବିଦ୍ୟାଳୟ ରେ ଫାର୍ଷ୍ଟ ସେମିଷ୍ଟାର ପ୍ରାକ୍ଟିକାଲ ପରୀକ୍ଷା ଅଫ ଲାଇନ ମାଧ୍ୟମରେ ୨୪ ଜଣ ଛାତ୍ରଛାତ୍ରୀ ଦେଇଥିଲେ, କିନ୍ତୁ ପରୀକ୍ଷାରେ ସମସ୍ତ ବିଷୟରେ ମାର୍କ ଥିଲେ ମଧ୍ୟ ପ୍ରାକ୍ଟିକାଲ ବିଷୟରେ ଅନୁପସ୍ଥିତି ଦର୍ଶା ଯାଇଛି । ମହାବିଦ୍ୟାଳୟ କର୍ତ୍ତ୍ତୃପକ୍ଷ ବାରମ୍ବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଅବଗତ କରିଥିଲେ ମଧ୍ୟ ପ୍ରାକ୍ଟିକାଲ ନମ୍ବର ବର୍ତ୍ତମାନ ପର୍ଯ୍ୟନ୍ତ ମାର୍କ ସିଟରେ ସ୍ଥାନ ଦେଇ ନଥିବାରୁ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ବୋଲି ଛାତ୍ର ଛାତ୍ରୀ ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଯୋଗାଯୋଗ କରିଛନ୍ତି ଅତି ଶୀଘ୍ର ପ୍ରାକ୍ଟିକାଲ ମାର୍କ ମିଳିଯିବ । ଅନ୍ୟପଟେ ଯଦି ଛାତ୍ରଛାତ୍ରୀଙ୍କ ଏହି ସମସ୍ୟାର ସମାଧାନ ନହୁଏ ତେବେ ଆନ୍ଦୋଳନର ପନ୍ଥା ଆପଣାଇବେ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି।

Comments are closed.