Latest Odisha News

BREAKING NEWS

ଟ୍ରାନ୍ସଜେଣ୍ଡରଙ୍କୁ ସମାନ ସୁଯୋଗ ପାଇଁ ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ବର: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ/ଟ୍ରାନ୍ସଜେଣ୍ଡର ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC ।ଟ୍ରାନ୍ସଜେଣ୍ଡରଙ୍କୁ ଏକ ଲିଙ୍ଗ ବିକଳ୍ପ ଭାବରେ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି । ତୃତୀୟ ଲିଙ୍ଗ/ଟ୍ରାନ୍ସଜେଣ୍ଡରଙ୍କୁ ସମାନ ସୁଯୋଗ ପାଇଁ ଓଡ଼ିଶା ମାନବ ଅଧିକାର ଆୟୋଗ ସୁପାରିସ କରିଛନ୍ତି ।

ଓଡ଼ିଶା ମାନବ ଅଧିକାର ଆୟୋଗଙ୍କ କହିବା ଅନୁସାରେ, ସେମାନଙ୍କ ପାଇଁ ଅନ୍ତତଃ ୧ ପ୍ରତିଶତ ହୋରାଇଜଣ୍ଟାଲ ସଂରକ୍ଷଣ କରାଯାଉ । ସବୁ ନିଯୁକ୍ତି ବୋର୍ଡ, OPSC ସମେତ ଅନ୍ୟାନ୍ୟ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଉ ।

ଜଣେ ତୃତୀୟ ଲିଙ୍ଗୀଙ୍କ ଆବେଦନ ଆଧାରରେ ଓଡ଼ିଶା ମାନବ ଅଧିକାର ଆୟୋଗ ସୁପାରିସ୍‌ କରିଛନ୍ତି ।

Leave A Reply

Your email address will not be published.