Latest Odisha News

ପେଟ୍ରୋଲ ଡିଜେଲର ନୂତନ ଦର ଜାରି, କେତେ ବଢିଲା ପ୍ରମୁଖ ସହରରେ ପେଟ୍ରୋଲ ରେଟ୍ ?

ନୂଆଦିଲ୍ଲୀ: ଜାରି ହେଲା ପେଟ୍ରୋଲ ଡିଜେଲର ନୂତନ ଦର। ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ତେବେ ସପ୍ତାହର ପ୍ରଥମ ଦିନରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ। ଆଜି ବି ପେଟ୍ରୋଲ ଡିଜେଲର ଦର ସ୍ଥିର ରହିଛି।

ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ। ସାଧାରଣ ଲୋକଙ୍କ ପାଇଁ ଏହା ଆଶ୍ୱସ୍ତିକର ଖବର। ନିକଟରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଖୁବ୍ ଶୀଘ୍ର ଦେଶରେ ପେଟ୍ରୋଲ ଲିଟର ପିଛା ୧୫ ଟଙ୍କାରେ ଉପଲବ୍ଧ ହେବ। ତେବେ ଏହା କେବେଠାରୁ ଲାଗୁ ହେବ ସେନେଇ ସରକାର କୌଣସି ସରକାରୀ ବିବୃତ୍ତି ଦେଇନାହାଁନ୍ତି।

ଆସନ୍ତୁ ନଜର ପକାଇବା କେଉଁ ସହରରେ ପେଟ୍ରୋଲ ଓ ଡିଜେଲର ଦର କେତେ ରହିଛି-

  • ବେଙ୍ଗାଲୁରୁରେ ପୋଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୯୪ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୮୭ ଟଙ୍କା ୮୯ ପଇସା ରହିଛି।
  • ଲକ୍ଷ୍ନୌରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୫୭ ପଇସା ଥିବା ବେଳେ ଡିଜେଲ ଦର ଲିଟର ପିଛା ୮୯ ଟଙ୍କା ୭୬ ପଇସା ରହିଛି।
  • ନୋଏଡାରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୯ ପଇସା ଥିବା ବେଳେ ଡିଜେଲ ଦର ଲିଟର ପିଛା ୮୯ ଟଙ୍କା ୯୬ ପଇସା ରହିଛି।
  • ଗୁରୁଗ୍ରାମର ପେଟ୍ରୋଲ ଦର ଲିଟର ପିଛା ୯୭ ଟଙ୍କା ୧୮ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୯୦ ଟଙ୍କା ୦୫ ପଇସା ରହିଛି।
  • ଚଣ୍ଡିଗଡ଼ରେ ପୋଟ୍ରୋଲ ଲିଟର ପିଛା ୯୬ ଟଙ୍କା ୨୦ ପଇସା ଓ ଡିଜେଲ ଲିଟର ପିଛା ୮୪ ଟଙ୍କା ୨୬ ପଇସା ରହିଛି।
  • ପାଟନାରେ ପେଟ୍ରୋଲ ୧୦୭ ଟଙ୍କା ୨୪ ପଇସା ଓ ଡିଜେଲ ୯୪ ଟଙ୍କା ୦୪ ପଇସା ରହିଛି।

ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ସୂଚନା ଥାଉକି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

Leave A Reply

Your email address will not be published.