Latest Odisha News

ସୌରୀବନ୍ଧୁ କରଙ୍କ ତୈଳଚିତ୍ର ଉନ୍ମୋଚିତ

କଟକ : ଉତ୍କଳ ସାହିତ୍ୟ ସମାଜ, କଟକ ଆନୁକୂଲ୍ୟରେ ବିଶିଷ୍ଟ ଶ୍ରମିକ ନେତା ଓ ସାହିତ୍ୟିକ ସୌରୀବନ୍ଧୁ କରଙ୍କ ତୈଳଚିତ୍ର ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ସୌରୀବନ୍ଧୁ ସ୍ମୃତିଘର ଦ୍ୱାରା ପ୍ରକାଶିତ ସୌରୀବନ୍ଧୁ କରଙ୍କ ଅନୁବାଦ ଗଳ୍ପ ସଙ୍କଳନ “ଲାଲଲୁହ ଓ ଅନ୍ୟାନ୍ୟ ଗଳ୍ପ” ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି, ବିଜୟାନନ୍ଦ ସିଂହ ମୁଖ୍ୟବକ୍ତା, ବିଜୟଲକ୍ଷ୍ମୀ ନାୟକ ସମ୍ମାନନୀୟ ବକ୍ତା ଭାବରେ ଯୋଗ ଦେଇଥିଲେ । ବହୁମୁଖୀ ପ୍ରତିଭାର ଅଧିକାରୀ ସୌରୀବନ୍ଧୁଙ୍କର ସାହିତ୍ୟରେ ସମାଜର ନିମ୍ନବର୍ଗର ମଣିଷଙ୍କ ପ୍ରତି କରୁଣା ଓ ସମବେଦନା ପ୍ରତିଫଳିତ ହେଉଥିଲା ଏବଂ ତାଙ୍କର ଗଳ୍ପ, ପ୍ରବନ୍ଧ ତଥା ଭ୍ରମଣ କାହାଣୀରେ ସେ ସବୁର ଛାପ ରହୁଥିଲା ବୋଲି ଅତିଥିମାନେ ତାବକ ଅଭିଭାଷଣରେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ଲେଖକ ତଥା ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Comments are closed.