Latest Odisha News

BREAKING NEWS

କୋଇଲା ଚୋରି ବେଳେ OISFର ଚଢ଼ାଉ, ୩ଟି ଟ୍ରକ୍ ଓ ଜେସିବି ଜବତ

ଅନୁଗୁଳ: ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ଚଢ଼ାଉ । କୋଇଲା ଖଣି ସୁରକ୍ଷା ଦାୟିତ୍ୱରେ ଥିବା OISF ଯବାନ ବିଳମ୍ବିତ ରାତିରେ ଲିଙ୍ଗରାଜ କୋଇଲା ଖଣିରେ ଚଢ଼ାଉ କରି କୋଇଲା ଚୋରି ରୋକିଛନ୍ତି । ଲୋଡିଂ ବେଳେ ୩ଟି ଟ୍ରକ୍ ଓ ଜେସିବିକୁ OISF ଜବତ କରିଥିବା ବେଳେ ଗାଡ଼ି ଡ୍ରାଇଭର ଓ ଚୋର ଫେରାର୍ ହୋଇ ଯାଇଛନ୍ତି ।

ଲିଙ୍ଗରାଜ ଖଣିର ଲୋକାଲ ସେଲ୍ ପ୍ଲଟରୁ ଚୋରାରେ କୋଇଲା ଲୋଡିଂ କରୁଥିଲେ ଲୁଟେରା । ଜେସିବି ସାହାଯ୍ୟରେ ୩ଟି ଟ୍ରକରେ ଲୋଡିଂ ଚାଲିଥିବା ବେଳେ OISF ଯବାନ ପହଞ୍ଚିଥିଲେ । ଗାଡ଼ି ଛାଡ଼ି ଖସି ପଳାଇଥିଲେ ଚୋର । ତେବେ କଡ଼ା ସୁରକ୍ଷା ଭେଦି କିଭଳି ଟ୍ରକ୍ ଓ ଜେସିବି ଖଣି ଭିତରେ ପଶିଲା । ତାହା ସନ୍ଦେହ ସୃଷ୍ଟି କରିଛି । ତାଳଚେର ସଦର ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି ।

Leave A Reply

Your email address will not be published.