Latest Odisha News

କଲରାପତରିଆ ବାଘ ଛାଲ ଡିଲ୍ ବେଳେ ଧରିଲା ବନବିଭାଗ, ଓଆଇଏସଏଫ କର୍ମୀଙ୍କ ସହ ୭ ଗିରଫ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରୁ କଲରାପତରିଆ ବାଘ ଛାଲ ଜବତ । ଏବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ବନବିଭାଗ। ଏହି ଘଟଣାରେ ବନବିଭାଗ ଜଣେ ଓଆଇଏସଏଫ ଯବାନଙ୍କ ସହ ମୋଟ ୭ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ବୌଦ୍ଧ ଜଙ୍ଗଲରେ ଗୋଟିଏ କଲରାପତରିଆ ବାଘକୁ ଶିକାର କରାଯାଇଥିଲା। କଲରାପତରିଆ ବାଘର ଛାଲକୁ ବିକ୍ରି ପାଇଁ ତମାଣ୍ଡୋ ଅଞ୍ଚଳରେ ଡିଲ ଚାଲିଥିଲା । ଏନେଇ ବନବିଭାଗ ଖବର ପାଇ ଘଟଣାସ୍ଥଳରେ ଚଢ଼ଉ କରିଥିଲା ।

ତେବେ ଗତ ୨୮ ତାରିଖରେ ବନ ବିଭାଗର ଜଣେ କର୍ମଚାରୀ ନକଲି ଗ୍ରାହକ ସାଜି ସେମାନଙ୍କ ମଧ୍ଯରେ ପଶିଥିଲେ । ଗ୍ରାହକ ହୋଇ ଯାଇଥିବା ବେଳେ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି। ପ୍ରାୟ ୧୦ ଲକ୍ଷ ଟଙ୍କାରେ ଡ଼ିଲ୍ ହୋଇଥିଲା ।

ଏହି ଘଟଣାରେ ୭ ଜଣ ଶିକାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୫ଟି ମୋବାଇଲ, ବାଘ ନିଶ, ବାଘ ଦାନ୍ତ ଓ ବାଘ ନଖ ମଧ୍ଯ ଜବତ ହୋଇଛି ।

Comments are closed.