Latest Odisha News

BREAKING NEWS

ଆରମ୍ଭ ହେଲା ଓଜେଇଇ ଅନଲାଇନ୍ ପରୀକ୍ଷା

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦ୍ୱାରା ଆୟୋଜିତ ସ୍ନାତକୋତ୍ତର ପାଠ୍ୟକ୍ରମ ଲାଗି କମ୍ପ୍ୟୁଟର ବେସଡ୍ ପ୍ରବେଶିକା ପରୀକ୍ଷା ତଥା ଅନଲାଇନ୍ ପରୀକ୍ଷା ଶନିବାର ଦିନ ଅନୁଷ୍ଠିତ ହୋଇଛି ।

ଚଳିତ ବର୍ଷ ପାଖାପାଖି ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଉଛନ୍ତି । ଯେଉଁଥିରେ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି, , ଏମବିଏ, ଏମସିଏ (ଲାଟେରାରୀ ଏଣ୍ଟ୍ରି), ଏମସିଏ, ଏମଟେକ୍, ଏମପ୍ଲାନ୍, ଏମଆର୍ଚ, ଏମଫାର୍ମା ଆଦି ବିଷୟ ସାମିଲ ରହିଛି ।

ମୋଟ୍ ୧୭ ହଜାର ୩୫୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୦୦୦ ପରୀକ୍ଷାର୍ଥୀ ଏମସିଏ (ଲାଟେରାରୀ ଏଣ୍ଟ୍ରି), ଏମସିଏ, ଏମଟେକ୍, ଏମପ୍ଲାନ୍, ଏମଆର୍ଚ, ଏମଫାର୍ମା ଆଦି ବିଷୟରେ ପରୀକ୍ଷା ଦେବେ । ବାକି ପ୍ରାୟ ୯ ହଜାର ୩୫୫ ଜଣ ରବିବାର ଦିନ ଏମବିଏ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ଦେବେ ।

ପ୍ରାପ୍ତ ସୂଚନାନୁଯାୟୀ ଏମସିଏ (ଲାଟେରାରୀ ଏଣ୍ଟ୍ରି), ଏମସିଏ, ଏମଟେକ୍, ଏମପ୍ଲାନ୍, ଏମଆର୍ଚ, ଏମଫାର୍ମା ଆଦି ପାଠ୍ୟକ୍ରମ ଲାଗି ୩ଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେଉଛି । ପ୍ରଥମ ସିଟିଂରେ ସକାଳ ୯ରୁ ମଧ୍ୟାହ୍ନ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା । ୨ୟ ସିଟିଂ ଦ୍ୱିପ୍ରହର ୧ଟାରୁ ୩ଟା ଯାଏଁ ଅନୁଷ୍ଠିତ ହେବ ଏବଂ ୩ୟ ସିଟିଂ ଲାଗି ପରୀକ୍ଷା ଅପରାହ୍ନ ସାଢେ ୪ଟାରୁ ସାଢେ ୬ ଯାଏଁ ଚାଲିବ।

ରବିବାର ଦିନ ଆୟୋଜିତ ହେବାକୁ ଥିବା ଏମବିଏ ପାଠ୍ୟକ୍ରମ ଲାଗି ୨ଟି ସିଟିଂରେ ପ୍ରବେଶିକା ପରୀକ୍ଷା ହେବ । ପ୍ରଥମ ସିଟିଂରେ ସକାଳ ୧୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଏବଂ ୨ୟ ସିଟିଂ ଅପରାହ୍ନ ୩ଟାରୁ ୫ଟା ଯାଏଁ ଚାଲିବ ।

Leave A Reply

Your email address will not be published.