Latest Odisha News

BREAKING NEWS

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ବର : ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ । ଏଥିରେ ୪୯ ହଜାର ୨୭୯ ଜଣଙ୍କୁ ପରୀକ୍ଷାରେ ରାଙ୍କ ମିଳିଛି । କରୋନା ମହାମାରୀ ଭିତରେ ଏଥର ପରୀକ୍ଷା ଦେଇଥିଲେ ୪୯ ହଜାର ୩୬୦ ଜଣ ଛାତ୍ରଛାତ୍ରୀ । ବି.ଟେକ୍ (ସ୍ପେଶାଲ)ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବା ବେଳେ, ବି.ଫାର୍ମାରେ ଲକ୍ଷ୍ମୀପ୍ରିୟା ସେନାପତି, ଏମବିଏରେ ଆଶୁତୋଷ ରଥ ଟପ୍ପର ହୋଇଛନ୍ତି । ସେହିପରି ଏମସିଏରେ ନିଶିକାନ୍ତ ପରିଡ଼ା, ଏମ.ଫାର୍ମାରେ କେ.ସଞ୍ଜନା ସୁବୁଦ୍ଧି ଟପ୍ପର ହୋଇଛନ୍ତି ।

ସେହିପରି ସିଭିଲ ଇଞ୍ଜିନିୟରିଂରେ ସୌମ୍ୟା ସାହୁ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସତ୍ୟବ୍ରତ ସାହୁ, ମେକାନିକାଲ ଇଞ୍ଜିନିୟରିଂରେ ମଳୟ କୁମାର ଓଝା, କମ୍ପ୍ୟୁଟର ସାଇନ୍ସରେ ସୌମ୍ୟ ପାତ୍ର ଟପ୍ପର ହୋଇଛନ୍ତି । ପ୍ରବେଶିକା ପରୀକ୍ଷା ପାଇଁ ମୋଟ ୬୫ ହଜାର ୭୬୩ ଜଣ ପଞ୍ଜିକରଣ କରିଥିଲେ । ହେଲେ ସେମାନଙ୍କ ମଧ୍ୟରୁ ପରୀକ୍ଷା ଦେଇଥିଲେ ୪୯ ହଜାର ୩୬୦ ଜଣ ଛାତ୍ରଛାତ୍ରୀ । ସେପ୍ଟେମ୍ବର ୬ରୁ ୧୮ ତାରିଖ ପର୍ଯ୍ୟନ୍ତ ୧୨ଟି ବର୍ଗରେ ହୋଇଥିଲା ପରୀକ୍ଷା । ଛାତ୍ରଛାତ୍ରୀମାନେ www.ojee.nic.in ଓ୍ବେବସାଇଟରେ ନିଜର ରାଙ୍କ କାର୍ଡ ପାଇପାରିବେ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି ।

Comments are closed.