Latest Odisha News

BREAKING NEWS

କ୍ୱାରେଣ୍ଟାଇନ କେନ୍ଦ୍ରରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ: ଭଦ୍ରକ ଭବାନୀପାଟଣା ବୟାବନାପୁର କ୍ୱାରେଣ୍ଟାଇନ କେନ୍ଦ୍ରରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ମୃତ ବ୍ୟକ୍ତିଙ୍କ ନାମ ଦେବେନ୍ଦ୍ର ରାଉତ ଓ ତାଙ୍କ ବୟସ ୭୨ ବର୍ଷ ବୟସ । ସେ ରବିବାର ଦିନ କଲିକତାରୁ ଫେରି କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିଥିଲେ । ତେବେ ଦେବେନ୍ଦ୍ର ଖାଇ କରି ଶୋଇଥିବା ବେଳେ ପର ମୁହୂର୍ତ୍ତରେ ଯେତେ ଡାକିଥିଲେ ମଧ୍ୟ ଉଠି ନଥିବା ଅନ୍ତେବାସୀ କହିଛନ୍ତି ।

ପ୍ରଥମେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଦେବେନ୍ଦ୍ର ହୃଦଘାତ ଭଳି ରୋଗରର ପୂର୍ବରୁ ପୀଡିତ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

ତାଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ସୂଚନା ।

Leave A Reply

Your email address will not be published.