Latest Odisha News

BREAKING NEWS

ଲକ୍ ଡାଉନରେ କାହାକୁ ଓଡିଆ ଶିଖାଉଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଆସନ୍ତୁ ଜାଣିବା

ଭୁବନେଶ୍ୱର: ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଏବେ ଲକଡାଉନରେ ଛବିଳ ବର୍ଣ୍ଣବୋଧ ଧରି ଓଡିଆ ପଢାଉଛନ୍ତି । ତେବେ ସେ କାହାକୁ ଓଡିଆ ପଢଉଛନ୍ତି । ପାଖରେ ବସିଥିବା ନିଜ ନବବିବାହିତା ବୋହୂ ଝିଲିକଙ୍କୁ ସେ ଏହି ଓଡିଆ ଶିକ୍ଷା ଦେଉଛନ୍ତି ।

ବଙ୍ଗାଳି ପରିବାରରୁ ଆସିଥିବା ବୋହୂ ଝିଲିକ୍ ଅଳ୍ପ ଅଳ୍ପ ଓଡିଆ କହିପାରନ୍ତି । ତେବେ ଓଡିଆ ପଢିବା ସହିତ କିପରି ଲେଖିପାରିବେ ଏଥି ପାଇଁ ଉଦ୍ୟମ କରୁଛନ୍ତି ଶ୍ୱଶୁର ପ୍ରଫୁଲ୍ଲ ଘଡେଇ ।

କେବଳ ବୋହୂ ଝିଲିକଙ୍କୁ ନୁହେଁ ପୂର୍ବରୁ ତାଙ୍କ ଅଣଓଡିଆ ସାନ ବୋହୂଙ୍କୁ ମଧ୍ୟ ବର୍ଣ୍ଣବୋଧ ଦେବା ସହ ଓଡିଆ ଶିଖେଇଛନ୍ତି ପ୍ରଫୁଲ୍ଲ ଘଡେଇ । ଓଡିଆ ଘରେ ବାହା ହୋଇଥିବାରୁ ବୋହୂମାନେ ଓଡିଆ ଶିଖନ୍ତୁ ବୋଲି ସେ ଏହି ଉଦ୍ୟମ କରିଛନ୍ତି ।

୨୦୧୩ରେ ଓଲିଉଡରେ ଡେବ୍ୟୁ କରିଥିବା ଝିଲିକ ‘ଲେଖୁ ଲେଖୁ ଲେଖି ଦେଲି’, ‘ଜଗା ହାତରେ ପଘା’, ‘ଆଖିରେ ଆଖିରେ’, ‘ସୁପର ମିଛୁଆ’, ‘ଅଗସ୍ତ୍ୟ’ ପରି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଗତ ମାର୍ଚ୍ଚ ମାସରେ ସେ ପ୍ରଫୁଲ୍ଲ ଘଡେଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡେଇଙ୍କୁ ବିବାହ କରିଥିଲେ ।

Leave A Reply

Your email address will not be published.