Latest Odisha News

BREAKING NEWS

ଗୁଡ଼ି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣା;୬ ଗିରଫ

ରାୟଗଡ଼ା:ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ହତ୍ୟା ଘଟଣାା । ହତ୍ୟାର ପର୍ଦ୍ଦାଫାଶ କରି ପୋଲିସ ୬ ଜଣଙ୍କୁ ଗିରଫ କରିଛି । କାଶୀପୁର ବ୍ଲକ ହାଡ଼ିଗୁଡ଼ା ପଞ୍ଚାୟତର ଦୋରାଗୁଡ଼ା ଗ୍ରାମର ଗୋପାଳ ଦୋରାଙ୍କୁ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ହତ୍ୟା କରାଯାଇଛି ।

୫ଜଣଙ୍କୁ ଦୋରାଗୁ ଅଂଚଳରେ ଗିରଫ କରିଯାଇଥିବାବେଳେ ଜଣଙ୍କୁ ପୁରୀରୁ ଗିରଫ କରାଯାଇଥିବା ରାୟଗଡ଼ା ଏସ୍‌ଡିପିଓ କହିଛନ୍ତି ।

ଖବରମୁତାବକ, ଜାନୁଆରୀ ୨୧ରେ ଦୋରାଗୁଡ଼ା ଗ୍ରାମର ଗଙ୍ଗାମା ଦୋରା ତାଙ୍କ ବାପା ଗୋପାଳ ଦୋରା(୬୫) ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ । ଗୁରୁବାର ଦୋରାଗୁଡ଼ା ନିକଟସ୍ଥ ନଦୀରୁ ଗୋପାଳଙ୍କ ହାତଗୋଡ଼ ଓ ଅଣ୍ଟାରେ ପଥର ବନ୍ଧା ହୋଇଥିବା ମୃତଦେହ ଗାଁ ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ଏହାକୁ ହତ୍ୟା ସନ୍ଦେହ କରି ଗଙ୍ଗାମା ପୋଲିସରେ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତ୍ତି କରି ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ଏବଂ ଏଥିରେ ଗିରଫ ୬ଜଣ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା ।

ପୁରୀରୁ ଈଶ୍ୱର ଦୋରା ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି । ଗିରଫ ଅନ୍ୟ ୫ଜଣ ହେଲେ ଇନୋ ଦୋରା, ରାମାରାଓ ଦୋରା, ନାଚି ଦୋରା, ରାଜୁ ଦୋରା, ମୋହନରାଓ ଦୋରା ।

ପଚରାଉଚୁରା ପରେ ଗୋପାଳ ଗୁଣିଗାରେଡ଼ି କରି ତାଙ୍କ ପରିବାରବର୍ଗକୁ ଆଘାତ ପହଞ୍ଚାଇଥିବା ସନ୍ଦେହରେ ହତ୍ୟା କରାଯାଇଥିବା ୬ ଅଭିଯୁକ୍ତ ସ୍ବୀକାର କରିଥିବା ଏସଡିପିଓ ସାହୁ ସୂଚନା ଦେଇଛନ୍ତି । ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଇଉକାଲିପଟାସ କାଠ, ପ୍ଲାଷ୍ଟିକ ବ୍ୟାଗ ଓ ଦଉଡ଼ିକୁ ପୋଲିସ ଜବତ କରିଛି ।

Leave A Reply

Your email address will not be published.