Latest Odisha News

ଶିକାରୀ ଗୁଳିରେ ବୃଦ୍ଧ ଗୁରୁତର

ଅନୁଗୁଳ: ଶିକାରୀ ଗୁଳିରେ ବୃଦ୍ଧ ଗୁରୁତର। ଠାକୁରଗଡ଼ ଥାନା ଜନକପୁର ଗାଁ ନିକଟ ଜଙ୍ଗଲରେ ଗୁଳିମାଡ଼ ହୋଇଥିବା ଖବର ଆସିଛି। ଜଙ୍ଗଲକୁ ଛତୁ ଖୋଜିବାକୁ ଯାଇଥିବା ବେଳେ ଏହି ଗୁଳିମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି।

ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ଆମ୍ବସରମୁଣ୍ଡା ପଞ୍ଚୟତ ଜନକପୁର ଗ୍ରାମରେ ଏହି ଗୁଳିମାଡ଼ ହୋଇଛି। ଗୁରୁତର ବୃଦ୍ଧ ଜଣଙ୍କ ହେଉଛନ୍ତି ଜନକପୁର ଗ୍ରାମର ଧୃବ ନାୟକ। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ସକାଳୁ ଧୃବ ନାୟକ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇଥିଲା। ଛତୁ ସଂଗ୍ରହ କରୁଥିବା ସମୟରେ ଏକ ଶିକାରୀ ବନ୍ଧୁକ ଗୁଳି ଧୃବ ନାୟକର ବାମ ଗୋଡ଼ରେ ବାଜିଥିଲା। ଶିକାରୀମାନେ ଜନ୍ତୁ ଶିକାର କରିବାକୁ ଯାଇ ଏଭଳି ଗୁଳି କରିଥିବା ସନ୍ଦେହ କରାଯାଉଛି।

Comments are closed.