ଓଡ଼ିଶା ସମ୍ବାଦ ବ୍ୟୁରୋ: ବୟସ ବଢ଼ିଗଲେ ଯେ ନୂଆ କିଛି କରିବାର ଇଚ୍ଛା ମରିଯାଏ, ତାହା ନୁହେଁ। ଏବେବି ଅନେକ ଲୋକ ଜୀବନକୁ ଖୁସିର ସହ ଜିଇଁବା ପାଇଁ ଇଚ୍ଛା କରିଥାନ୍ତି। ଆଉ ସେମାନେ ଅନ୍ୟମାନଙ୍କୁ ଦେଇଯାଆନ୍ତି ପ୍ରେରଣା। ହଁ ଆଞ୍ଚା, ଆମେ ଏହିପରି ଏକ ମହିଳାଙ୍କୁ ଆପଣଙ୍କ ସାମ୍ନାକୁ ଆଣୁଛୁ, ଯିଏ ୮୨ବର୍ଷ ବୟସରେ ନିଜର ପ୍ରଥମ ଟାଟୁ କରିସାରିଛନ୍ତି। ଏହି ଇଚ୍ଛାକୁ ସେ ଯେତେବେଳେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ସେମାନଙ୍କୁ ବିଶ୍ୱାସ ହୋଇନଥିଲା ଯେ ସେ ସତ କହୁଛନ୍ତି!
ବ୍ରିଟିଶର ଜଣେ ମହିଳା ଜୁଡ଼ି ଡ଼େଡ଼େ ବୟସର ଅପରାହ୍ନରେ ଆସି ପହଞ୍ଚିଲେଣି। ହେଲେ ବି ତାଙ୍କ ଆଶା, ନିଜ ଶରୀରରେ ପ୍ରଥମ ଟାଟୁ କରିବେ। ଏହି ମଜାଦାର କଥାକୁ ନାତୁଣୀ ଟିକଟକ୍ ଦ୍ୱାରା ଦୁନିଆ ସହ ସେୟାର କରିଥିଲେ। ବ୍ରାଣ୍ଡି ଓରେଲି କହିଲେ, ଜେଜେମାଙ୍କ ଟାଟୁ କରିବା ପାଇଁ ଘରର ଅନେକ ସଦସ୍ୟ ଯାଇ ଟାଟୁ ପାର୍ଲରରେ ଯାଇ ପହଞ୍ଚିଥିଲେ।
ଜୁଡ଼ି ଡ଼େଡ଼େ ଟାଟୁ କରିବା ପାଇଁ ପହଞ୍ଚିବା ସମୟରେ ସେ କେମିତି ଟାଟୁ କରିବେ ଜାଣିନଥିଲେ। ଏହି ସମୟରେ ତାଙ୍କୁ ନାତୁଣୀଙ୍କ ଭାବନା ପସନ୍ଦ ଆସିଥିଲା ଏବଂ ସେ ବି ଟାଟୁ କରିଥିଲେ। ଯାହା ତାଙ୍କୁ ତାଙ୍କ ପୂର୍ବ ଜୀବନ ସହ ଯୋଡ଼ୁଥିଲା। ପ୍ରଥମ ଟାଟୁ ହୋଇଥିଲେ ମଧ୍ୟ ବହୁତ ବାହାଦୂରୀ ସହ ଟାଟୁ କରିଲେ।
ଏହାର ୧୫ଦିନ ପରେ ସମ୍ପୂର୍ଣ୍ଣ ପରିବାର ଟାଟୁ କରିବା ପାଇଁ ପାର୍ଲର ପହଞ୍ଚିଥିଲେ। ଟାଟୁ ସେମାନଙ୍କୁ ମନେପକାଇ କରିଥିଲେ, ଯେଉଁମାନେ ଏହି ଦୁନିଆରେ ଆଉ ନାହାନ୍ତି। ୪ପିଢ଼ିର ଲୋକ ଏକାସହ ଟାଟୁ କରାଉଥିଲେ। ଏହି ମଧ୍ୟରେ ବ୍ରାଣ୍ଡିର ୧୦ବର୍ଷ ବୟସର ପୁଅ ବି ଟାଟୁ କରିବା ପାଇଁ ସାମିଲ ହୋଇଥିଲା।
Comments are closed.