ବ୍ରହ୍ମପୁର: ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ଚିକିରିପଡ଼ା ଶାସନରେ ପିଲାମାନଙ୍କ ଝଗଡ଼଼ାକୁ ନେଇ ଜଣେ ବୃଦ୍ଧାଙ୍କୁ ବିୟର ବୋତଲରେ ଭୁସି ହତ୍ୟା କରାଯାଇଛି। ହତ୍ୟା ପରେ ଅଭିଯୁକ୍ତ ଜଣକ ଥାନାରେ ଆତ୍ମସମର୍ପଣ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ବିପ୍ର ସାହୁ ଏବଂ ବସନ୍ତ ସାହୁ ହେଲେ ପଡ଼ୋଶୀ। ପୂର୍ବରୁ ଉଭୟ ପରିବାର ମଧ୍ୟରେ ଝଗଡ଼଼ା ଲାଗି ରହିଥିଲା। ରବିବାର ଉଭୟ ପରିବାରର ପିଲାମାନେ ଟିଉସନ୍ ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରବିବାର ସକାଳେ ଏହାକୁ ନେଇ ଉଭୟ ପରିବାର ଭିତରେ ପୁଣି ଥରେ ଝଗଡ଼଼ା ସୃଷ୍ଟି ହୋଇଥିଲା। ଅପରାହ୍ନରେ ବିପ୍ରଙ୍କ ସ୍ତ୍ରୀ ଜମୁ(୫୮) ଏବଂ ୨୨ ବର୍ଷୀୟା ନାତୁଣି ସନ୍ତୋଷିନୀ ଘରେ ଥିଲେ। ଉଭୟଙ୍କୁ ଏକୁଟିଆ ପାଇ ବସନ୍ତ ଘରେ ପହଞ୍ଚି ଏକ ଭଙ୍ଗା ବିୟର ବୋତଲରେ ଜମୁଙ୍କୁ ଭୁସି ଦେଇଥିଲେ। ଜମୁଙ୍କୁ ବଞ୍ଚାଇବାକୁ ସନ୍ତୋଷିନୀ ଆସୁଥିବା ବେଳେ ବସନ୍ତ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହା ପରେ ଘଟଣା ସ୍ଥଳରୁ ବସନ୍ତ ଫେରାର୍ ହୋଇଯାଇଥିଲେ। ଅନ୍ୟପଟେ ଗୁରୁତର ଅବସ୍ଥାରେ ଜମୁଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆହତ ସନ୍ତୋଷିନୀଙ୍କୁ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ଘଟଣା ପରେ ବସନ୍ତ ଥାନାରେ ଆତ୍ମସମର୍ପଣ କରିଥିଲେ। ଘଟଣାର ତଦନ୍ତ ଚାଲିଥିବା ପୋଲସରା ଆଇଆଇସି ଜିତେନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।
BREAKING NEWS
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…

Comments are closed.