ବ୍ରହ୍ମପୁର: ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ଚିକିରିପଡ଼ା ଶାସନରେ ପିଲାମାନଙ୍କ ଝଗଡ଼଼ାକୁ ନେଇ ଜଣେ ବୃଦ୍ଧାଙ୍କୁ ବିୟର ବୋତଲରେ ଭୁସି ହତ୍ୟା କରାଯାଇଛି। ହତ୍ୟା ପରେ ଅଭିଯୁକ୍ତ ଜଣକ ଥାନାରେ ଆତ୍ମସମର୍ପଣ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ବିପ୍ର ସାହୁ ଏବଂ ବସନ୍ତ ସାହୁ ହେଲେ ପଡ଼ୋଶୀ। ପୂର୍ବରୁ ଉଭୟ ପରିବାର ମଧ୍ୟରେ ଝଗଡ଼଼ା ଲାଗି ରହିଥିଲା। ରବିବାର ଉଭୟ ପରିବାରର ପିଲାମାନେ ଟିଉସନ୍ ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରବିବାର ସକାଳେ ଏହାକୁ ନେଇ ଉଭୟ ପରିବାର ଭିତରେ ପୁଣି ଥରେ ଝଗଡ଼଼ା ସୃଷ୍ଟି ହୋଇଥିଲା। ଅପରାହ୍ନରେ ବିପ୍ରଙ୍କ ସ୍ତ୍ରୀ ଜମୁ(୫୮) ଏବଂ ୨୨ ବର୍ଷୀୟା ନାତୁଣି ସନ୍ତୋଷିନୀ ଘରେ ଥିଲେ। ଉଭୟଙ୍କୁ ଏକୁଟିଆ ପାଇ ବସନ୍ତ ଘରେ ପହଞ୍ଚି ଏକ ଭଙ୍ଗା ବିୟର ବୋତଲରେ ଜମୁଙ୍କୁ ଭୁସି ଦେଇଥିଲେ। ଜମୁଙ୍କୁ ବଞ୍ଚାଇବାକୁ ସନ୍ତୋଷିନୀ ଆସୁଥିବା ବେଳେ ବସନ୍ତ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହା ପରେ ଘଟଣା ସ୍ଥଳରୁ ବସନ୍ତ ଫେରାର୍ ହୋଇଯାଇଥିଲେ। ଅନ୍ୟପଟେ ଗୁରୁତର ଅବସ୍ଥାରେ ଜମୁଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆହତ ସନ୍ତୋଷିନୀଙ୍କୁ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ଘଟଣା ପରେ ବସନ୍ତ ଥାନାରେ ଆତ୍ମସମର୍ପଣ କରିଥିଲେ। ଘଟଣାର ତଦନ୍ତ ଚାଲିଥିବା ପୋଲସରା ଆଇଆଇସି ଜିତେନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।
BREAKING NEWS
- ଘରେ ପଶି ଭାଉଜଙ୍କୁ ହାଣିଦେଲା ଦିଅର, ଅଭିଯୁକ୍ତ ଫେରାର
- ପୁରୁଣା ମାରୁତି କାର୍ ମାଲିକଙ୍କୁ ଆଶ୍ୱସ୍ତି: E20 ପେଟ୍ରୋଲ୍ ପାଇଁ ଉପଯୁକ୍ତ ୨୦୦୮ ପରର ସବୁ ମଡେଲ୍
- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିପରି ରହିବ ଭାରତର ଭବିଷ୍ୟତ? ସୁନା ବିନିଯୋଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶର ବିଶ୍ଳେଷଣ
- ବିବାହର ୫ ମାସ ପରେ ଅଲଗା ହେଲେ ରାପର୍ ବାଦଶାହ ଓ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀ
- ସରକାରୀ ଯୋଜନାର ତଦାରଖ ପାଇଁ ଜିଲ୍ଲା ଗସ୍ତ କରିବେ ସଚିବ: ଅକ୍ଟୋବର ସୁଦ୍ଧା ରିପୋର୍ଟ ଦେବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ
- ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ପଦୋନ୍ନତି: ଏସ୍ପି ପାହ୍ୟାକୁ ଉନ୍ନୀତ ହେଲେ ୧୫ ଜଣ ଅତିରିକ୍ତ ଏସ୍ପି
- ଦୁଲୀପ ଟ୍ରଫି: ଫାଇନାଲରେ ଇଷ୍ଟ ଜୋନ, ଅଧିନାୟକ ଭାବେ ଈଶାନ ଏବେ ବି ଅପରାଜେୟ
- ସମୟର ରହସ୍ୟ: କାହିଁକି ଭାରତ ଓ ଚୀନ୍ରେ ଗୋଟିଏ ଟାଇମ୍ ଜୋନ୍ ଥିବାବେଳେ ଫ୍ରାନ୍ସରେ ଅଛି ଏକାଧିକ?
- ୱାଶିଂଟନ ସୁନ୍ଦରଙ୍କ ଚୟନ, ୪ ଅନଫିଟ୍ ଖେଳାଳି ଏବଂ କୃଣାଲଙ୍କ ବାଦ୍ ପଡ଼ିବା ନେଇ ଆଲୋଚନା
- ଦେବଗଡ଼ ଜିଲ୍ଲା କଲ୍ଲା ପ୍ୟାକ୍ସର ପୂର୍ବତନ ସଂପାଦକ ଶ୍ରୀପତି ପ୍ରଧାନ ଗିରଫ

Comments are closed.