ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ ତରଫରୁ ବସ୍ତିଗୁଡ଼ିକରେ ‘ସ୍ବାଧୀନତାର ଉଚ୍ଛ୍ବାସ’ ମାଧ୍ୟମରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହେଉଛି। ବସ୍ତିର ପ୍ରତିଭାଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ଦେବାକୁ ମହାନଗର ନିଗମ ତରଫରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କ୍ରମରେ ମଙ୍ଗଳବାର ୩୨ ନମ୍ବର ୱାର୍ଡର କମାପଲ୍ଲୀ ଶିବ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ସ୍ଥାନୀୟ ବସ୍ତି ବାସିନ୍ଦାଙ୍କୁ ନେଇ ଝୋଟି, ସଂଗୀତ, ନୃତ୍ୟ, ତର୍କ, ମ୍ୟୁଜିକାଲ୍ ଚେୟର ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ତେବେ ମ୍ୟୁଜିକାଲ ଚେୟାର୍ ପ୍ରତିଯୋଗିତାର ବିଜୟୀଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଲାଗି ରହିଛି। ଏହାର କାରଣ ହେଲା ପ୍ରତିଯୋଗିତାର ବିଜୟୀ କୌଣସି ଯୁବକ କି ଯୁବତୀ ନୁହଁନ୍ତି, ବରଂ ଜଣେ ବୃଦ୍ଧା। ସେ ହେଲେ ୫୩ ବର୍ଷୀୟା ଶାନ୍ତି ନାୟକ। ତେବେ ଆଶ୍ଚର୍ଯ୍ୟର ବିଷୟ ହେଲା, ଶାନ୍ତି ମ୍ୟୁଜିକାଲ୍ ଚେୟାର ପ୍ରତିଯୋଗିତାରେ ନିଜର ତିନି ବର୍ଷର ନାତିଙ୍କୁ ନେଇ ଭାଗନେଇଥିଲେ । ଖେଳିବା ସମୟରେ ନାତିଙ୍କୁ ନିଜ କୋଳରେ ଧରିଥିଲେ । ତଥାପି ଅଳ୍ପ ବୟସର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏଭଳି ଉତ୍ସାହକୁ ୩୨ ନମ୍ବର ୱାର୍ଡର କର୍ପୋରେଟର ସୁରେନ୍ଦ୍ର ମହାରଣା ପ୍ରଶଂସା କରିବା ସହ ପୁରସ୍କୃତ କରିଥିଲେ। ମହାନଗର ନିଗମର ଗୋଷ୍ଠୀ ସଂଯୋଜିକା(ସିଓ)ସୁମନରାଣୀ ତ୍ରିପାଠୀ ପରିଚାଳନା କରିଥିବା ବେଳେ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଞ୍ଚଳବାସୀ ଭାଗନେଇଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ, ବସ୍ତିଗୁଡ଼ିକରେ ରହିଥିବା ପ୍ରତିଭାଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ମଞ୍ଚ ଦେବା ଲକ୍ଷ୍ୟ ନେଇ ଆସନ୍ତା ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସହରର ସମସ୍ତ ବସ୍ତିରେ ଏଭଳି ପ୍ରତିଯୋଗିତା ଅନୁଷ୍ଠିତ ହେବ। ସୋମବାର ମହାନଗର ନିଗମର ୨୫ ନମ୍ବର ୱାର୍ଡର ବିଜିପୁର କାଳୁଆ ମନ୍ଦିର କଲ୍ୟାଣ ମଣ୍ଡପରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରିଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ‘ଜାଗା ମିଶନ’ରେ ବସ୍ତିଗୁଡ଼ିକରେ ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ରାସ୍ତାର ଠାରୁ ଆଲୋକ ପର୍ଯ୍ୟନ୍ତ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ବସ୍ତିଗୁଡ଼ିକରେ ଏଭଳି ପ୍ରତିଯୋଗିତା ଆୟୋଜନ ଫଳରେ ଅନେକ ଲୁକ୍କାୟୀତ ପ୍ରତିଭା ଲୋକଲୋଚନକୁ ଆସିବ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ମେୟର ସଂଘମିତ୍ରା ଦଳେଇ ଯୋଗଦେଇ କହିଥିଲେ ଯେ, ସ୍ଥାନୀୟ ପ୍ରତିଭାବାନ ପୁଅ ଝିଅଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନରେ ଏହି କାର୍ଯ୍ୟକ୍ରମ ଫଳପ୍ରଦ ହେବ। ବସ୍ତିଗୁଡ଼ିକର ଉନ୍ନୟନ ପାଇଁ ଆଗାମୀ ଦିନରେ ମଧ୍ୟ ‘ଜାଗା ମିଶନ’ରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ।
BREAKING NEWS
- Town Hall Event: ଓଡ଼ିଶା ରାଜନୀତି ଓ ଅର୍ଥନୀତିରେ ‘ବିକଳ୍ପ’ର ସନ୍ଧାନ: ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ‘ଟାଉନ ହଲ୍’
- Joins BJP: ‘ବିଜେଡିର ଉତ୍ତରାଧିକାରୀ ଯୋଜନା ନାହିଁ,ସୁଶାସନ ଦେଇ ପାରିବନି’;ପଦ୍ମ ଧରିବା ପରେ ରବୀନ୍ଦ୍ରଙ୍କ ଆଟାକ୍
- Middle East Crisis: ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ; ଯୋଗାଯୋଗ ପାଇଁ ନମ୍ୱର ଜାରି…
- LPG cylinders: “ଭୟ କରିବାର ଆବଶ୍ୟକତା ନାହିଁ,” LPG ଉପରେ ସରକାରଙ୍କ ବଡ଼ ସୂଚନା; ଜନସାଧାରଣଙ୍କୁ ଅପିଲ୍…
- Lok Adalat: ମାର୍ଚ୍ଚ ୧୪ରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ନିମନ୍ତେ ଲୋକ ଅଦାଲତ
- ଅଲଗା ହେଲେ ଅଭିନେତ୍ରୀ ହଂସିକା ମୋଟୱାନୀ-ସୋହେଲ
- Naxal Free India:ଅସ୍ତ୍ରଶସ୍ତ୍ର ସହ ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ…ଏପଟେ ମାଓ ଡମ୍ପରୁ ୩କୋଟି ଟଙ୍କା ଓ ସୁନା ଉଦ୍ଧାର
- ଦିନିକିଆ କ୍ରିକେଟ: ୯୧ ବଲରେ ପାକିସ୍ତାନକୁ ହରାଇଲା ବାଂଲାଦେଶ
- Iranian Drones Hit Near Dubai Airport: ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ;ଜଣେ ଭାରତୀୟଙ୍କ ସମେତ ୪ ଆହତ
- ଆଇପିଏଲ ୨୦୨୬: ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କଲା ବିିସିସିଆଇ
Comments are closed.