ଭୁବନେଶ୍ୱର: ଭୁବନେଶ୍ୱର ନିକଟସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୟସ୍କ ସିମ୍ପାଞ୍ଜି ଜୁଲୁର ସୋମବାର ଦିନ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଜୁଲୁ ବାର୍ଦ୍ଧକ୍ଯ ଜନିତ ଅସୁସ୍ଥତା ପାଇଁ ପ୍ରାଣୀ ଉଦ୍ୟାନର ଚିକିତ୍ସାଳୟରେ ଚିକିତ୍ସାଧୀନ ହେଉଥିଲା। ମୃତ୍ୟୁ ବେଳକୁ ତାକୁ ୩୬ ବର୍ଷ ବୟସରେ ହୋଇଥିଲା।ଜୁଲୁର ମୃତ୍ୟୁ ସହିତ ନନ୍ଦନକାନନରେ ସିମ୍ପାଞ୍ଜି ସଂଖ୍ୟା ସାତକୁ ହ୍ରାସ ପାଇଛି।
ଜୁଲୁ ପ୍ରଥମ ସିମ୍ପାଞ୍ଜି ଥିଲା। ଯିଏକି ମେ ୧୬, ୧୯୯୪ରେ ସିଙ୍ଗାପୁର ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନକୁ ଆସିଥିଲା।
Comments are closed.