Latest Odisha News

BREAKING NEWS

ପ୍ରଜନନ ଲାଗି ଓଡ଼ିଶା ଉପକୂଳରେ ପହଞ୍ଚିଲେ ଅଲିଭ୍ ରିଡ଼ଲେ କଇଁଛ !

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ କୂଳରେ ଏବର୍ଷ ପ୍ରଜନନ ଲାଗି ଅଲିଭ୍ ରିଡ଼ଲେ କଇଁଛ ଆସିବା ଆରମ୍ଭ କରିଛନ୍ତି ।

ଭାରତୀୟ ଉପକୂଳରେ ଯେଉଁସବୁ ସ୍ଥାନମାନଙ୍କରେ ଏହି ବିରଳ ପ୍ରଜାତିର କଇଁଛ ପ୍ରଜନନ କରିଥାଆନ୍ତି ସେଥିମଧ୍ୟରୁ ଗଞ୍ଜାମର ଋଷିକୂଲ୍ୟା ନଦୀ ଉପକୂଳକୁ ସବୁଠୁ ବେଶି ପସନ୍ଦ କରିଥାଆନ୍ତି ।

ଜଙ୍ଗଲ ବିଭାଗର ସୂଚନାନୁଯାୟୀ, ଋଷିକୂଲ୍ୟା ମୁହାଣ ନିକଟସ୍ଥ ଏବଂ ସମୁଦ୍ରତଟଠାରୁ କିଛି ଦୂରରେ ଯୋଡ଼ି ଯୋଡ଼ି ହୋଇ କିଛି ଅଲିଭ୍ ରିଡ଼ଲେ କଇଁଛ ଏବେ ଦେଖୁବାକୁ ମିଳିଛି । “ଗୋଟିଏ ସ୍ଥାନରେ ପ୍ରାୟ ୪ ଯୋଡ଼ି ଅଲିଭ୍ ରିଡ଼ଲେ କଇଁଛ ଆମ ପାଟ୍ରୋଲିଂ ଟିମ୍ ଦେଖିବାକୁ ପାଇଥିଲେ । ତେବେ ମଙ୍ଗଳବାର ଦିନ ପ୍ରଥମକରି ଏହି କଇଁଛଗୁଡ଼ିକୁ ଦେଖିବାକୁ ମିଳିଥିଲା,” ବୋଲି ଖଲିକୋଟ ବନଖଣ୍ଡ ଅଧିକାରୀ, ଦିଲ୍ଲୀପ କୁମାର ମାର୍ଥା କହିଛନ୍ତି ।

ସାଧାରଣତଃ, ଡ଼ିସେମ୍ବର ମାସରେ ଦଳଦଳ ହୋଇ ଶହ ଶହ ସଂଖ୍ୟାରେ ଅଲିଭ୍ ରିଡ଼ଲେ କଇଁଛ ଏଠାକୁ ପ୍ରଜନନ ନିମନ୍ତେ ଆସୁଥିବାର ଦେଖାଯାଇଥାଏ । ଡ଼ିସେମ୍ବରରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ଏହି କଇଁଛମାନେ ଏଠାରେ ରହି ସେମାନଙ୍କର ପ୍ରଜନନ କ୍ରୀୟା କରିଥାଆନ୍ତି । ପ୍ରଜନନ ପ୍ରକ୍ରିୟା ସରିଯିବା ପରେ ସମସ୍ତ ପୁରୁଷ କଇଁଛମାନେ ଫେରିଯାଇଥାଆନ୍ତି ଏବଂ ମାଈ କଇଁଛଗୁଡ଼ିକ ଅଣ୍ଡାଦେବାକୁ ରହିଥାଆନ୍ତି ।

Leave A Reply

Your email address will not be published.