Latest Odisha News

ଟେଷ୍ଟ କ୍ରିକେଟରେ ବିଶ୍ୱରେକର୍ଡ କଲେ ଓଲୀ ପୋପ

ଲଣ୍ଡନ: ଶ୍ରୀଲଙ୍କା ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ଓଲୀ ପୋପ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ କ୍ରିକେଟ ଇତିହାସର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ କ୍ୟାରିୟରର ପ୍ରଥମ ୭ଟି ଶତକ ଭିନ୍ନ ଭିନ୍ନ ଦେଶ ବିପକ୍ଷରେ ମାରିଛନ୍ତି । ଏହା ପୂର୍ବରୁ ଏ ଭଳି ପ୍ରଦର୍ଶନ କୌଣସି ବ୍ୟାଟ୍ସମ୍ୟାନ କରି ନ ଥିଲେ । ସେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆୟର୍ଲାଣ୍ଡ, ଭାରତ,ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରିଛନ୍ତି । ସୂଚନାଯୋଗ୍ୟ, ବେନ ଷ୍ଟୋକ୍ସ ଆଘାତପ୍ରାପ୍ତ ହେବା ଯୋଗୁ ଓଲୀଙ୍କୁ ଇଂଲଣ୍ଡର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଅଧିନାୟକ ଭାବେ ସେ ପ୍ରଥମ ଟେଷ୍ଟରେ ମାତ୍ର ୧୦୨ ବଲରେ ଶତକ ହାସଲ କରିଛନ୍ତି । ଇଂଲଣ୍ଡ ପକ୍ଷରୁ ଦ୍ରୁତ ଟେଷ୍ଟ ଶତକ ହାସଲ କରିବାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ଅଧିନାୟକ ଭାବେ ଏହି ରେକର୍ଡ ହାସଲ କରିବାରେ ଗ୍ରାହାମ ଗୁଚ ପ୍ରଥମ ସ୍ଥାନରେ ରହିଛନ୍ତି । ଗୁଚ ୧୯୯୦ରେ ଭାରତ ବିପକ୍ଷରେ ୯୫ ବଲରେ ଶତକ ହାସଲ କରିଥିଲେ ।

Comments are closed.