Latest Odisha News

BREAKING NEWS

ଏଥର ଅଲିମ୍ପିକ୍ସରେ ଏମାନେ ହାସଲ କରିପାରନ୍ତି ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜୁଲାଇ ୨୬ରୁ ଅଲିମ୍ପିକ୍ସ ଆରମ୍ଭ ହେବ । ଏହା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ । ଭାରତରୁ ୧୦୦ରୁ ଅଧିକ ଆଥଲେଟ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଟିମ ଇଣ୍ଡିଆର ୧୦ ଷ୍ଟାର ଆଥଲେଟଙ୍କଠାରୁ ପ୍ରଶଂସକମାନେ ସ୍ୱର୍ଣ୍ଣ ପଦକ ଆଶା କରୁଛନ୍ତି । ଆସନ୍ତୁ ନଜର ପକାଇବା ଏହି ଆଥଲେଟମାନଙ୍କ ଉପରେ.. ।
ନୀରଜ ଚୋପ୍ରା: ଟୋକିଓ ଅଲିମ୍ପିକ୍ସରେ ଭାରତର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ସ୍ୱର୍ଣ୍ଣ ଜିତି ଇତିହାସ ରଚିଥିଲେ । ନିକଟରେ ସେ ଫିନଲାଣ୍ଡରେ ପାଓ ନୂରମୀ ଗେମ୍ସରେ ୮୫.୯୭ ମିଟର ଦୂରତାକୁ ଥ୍ରୋ କରି ସ୍ୱର୍ଣ୍ଣ ଜିତିଥିଲେ । ତାଙ୍କ ନିକଟରୁ ଏଥର ମଧ୍ୟ ନିଶ୍ଚିତ ସ୍ୱର୍ଣ୍ଣ ପଦକ ଆଶା କରାଯାଉଛି ।ଲଭଲୀନ ବୋରଗୋହେନ: ୨୦୨୦ ଅଲିମ୍ପିକ୍ସରେ ଲଭଲୀନ ବୋରେଗୋହେନ ମହିଳା ବକ୍ସିଂରେ ବ୍ରୋଞ୍ଜ ପଦକ ଜିିତିଥିଲେ । ଚେକ ଗଣରାଜ୍ୟରେ ଅନୁଷ୍ଠିତ ଗ୍ରାଁ ପ୍ରିରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ନିଖତ ଜରୀନଙ୍କ ସହ ସେ ଏବେ ଜର୍ମାନୀରେ ପ୍ରଶିକ୍ଷଣ ନେଉଛନ୍ତି । ଲଭଲୀନ ଏଥର ନିଶ୍ଚିତ ଭାବେ ତାଙ୍କ ପଦକର ରଙ୍ଗ ହଳଦିଆ କରିବାକୁ ଚାହିଁବେ ।
ଭିନେଶ ଫୋଗଟ: ଷ୍ଟାର ଆଥଲେଟରୁ ବିବାଦୀୟ ମହିଳା ରେସଲର ସାଜିଥିବା ଭିନେଶ ଫୋଗଟ ଶେଷରେ ଅଲିମ୍ପିକ ଟିକେଟ କାଟିଛନ୍ତି । ୨୦୨୦ରେ ବିଫଳ ହୋଇଥିବା ଏହି ଅଭିଜ୍ଞ ରେସଲର ଏଥର କିଛି ବଡ କରି ନିନ୍ଦୁକଙ୍କ ମୁହଁ ବନ୍ଦ କରିବାକୁ ଚାହିଁବେ ।

ପିଭି ସିନ୍ଧୁ: ୨୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଓ ୨୦୨୦ରେ ରୌପ୍ୟ ପଦକ ଜିତିବା ପରେ ଭାରତର ଏହି ମହିଳା ବ୍ୟାଡମିଂଟନ ତାରକା ସ୍ୱର୍ଣ୍ଣ ପଦକ ଜିିତିବାକୁ ଚାହିଁବେ । ଯଦି ସେ ପ୍ୟାରିସରେ ପଦକ ଜିତିବେ ତେବେ ଭାରତର ସବୁଠାରୁ ସଫଳ ଆଥଲେଟ ହେବାର ଗୌରବ ଅର୍ଜନ କରିବେ ।

ସାତ୍ୱିକ ସାଇରାଜ-ଚିରାଗ ଶେଟ୍ଟ: ପୁରୁଷ ଡବଲ୍ସ ବ୍ୟାଡମିଂଟନରେ ଭାରତର ସାତ୍ୱିକ ସାଇରାଜ ଓ ଚିରାଗ ଶେଟ୍ଟୀ ପ୍ୟାରିସ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ଆଶା କରାଯାଉଛି । ଟୋକିଓ ଅଲିମ୍ପିକ୍ସରେ ପଦକ ସୁଯୋଗ ହାତଛଡା କରିବା ସତ୍ୱେ ଏଥର କିନ୍ତୁ ତାଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା କରାଯାଉଛି ।
ନିଖତ ଜରୀନ: ଦୁଇ ଥର ବିଶ୍ୱ ଚାମ୍ପିୟନ ହେବା ପରେ ଭାରତର ମହିଳା ବକ୍ସର ନିଖତ ଜରୀନ ଏଥର ଅଲିମ୍ପିକ୍ସରେ ନିଶ୍ଚିତ ଭାବେ ତ୍ରିରଙ୍ଗା ଉଡେଇବାକୁ ଚାହିଁବେ । ଆଲେଣ୍ଡୋ କପରେ ମଧ୍ୟ ସେ ସ୍ୱର୍ଣ୍ଣ ଜିତି ଲୟରେ ରହିଛନ୍ତି । ସେ ଏବେ ଜର୍ମାନୀରେ ପ୍ରଶିକ୍ଷଣ ନେଉଛନ୍ତି । ଜୁଲାଇ ୨୨ ପରେ ପ୍ୟାରିସ ଯିବେ ।ମୀରାବାଇ ଚାନୁ: ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତର ଏହି ଷ୍ଟାର ୱେଟଲିଫ୍ଟର ପୂନର୍ବାର ଅଲିମ୍ପିକ ପୋଡିୟମ ଚଢ଼ିବାକୁ ଚାହିଁବେ । ଆଘାତ ସମସ୍ୟା ଯୋଗୁ ତାଙ୍କ ପ୍ରଦର୍ଶନ ଧୀମେଇ ଯାଇଛି । ସେ ଏନଆଇଏସ ପଟିୟାଲାରେ ପ୍ରଶିକ୍ଷଣ ନେଉଛନ୍ତି । ଏହା ପରେ ପ୍ୟାରିସ ଯିବେ ।
ସିଫତ କୌର ସମରାମ; ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ମହିଳା ଶୁଟର ସିଫତ କୌର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ସେ ୫୦ ମିଟର ରାଇଫଲ ଥ୍ରୀ ପୋଜିଶନ ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ଅଲିମ୍ପିକ୍ସରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

ଅଦିତି ଅଶୋକ: ଟୋକିଓ ଅଲିମ୍ପିକ୍ସରେ ଅଳ୍ପକେ ପଦକ ହାସଲରୁ ବଂଚିତ ହୋଇଥିବା ଗଲ୍ଫର ଅଦିତି ଅଶୋକ ଏଥର ସୁଯୋଗ ହାତଛଡା କରିବା ଲକ୍ଷ୍ୟରେ ନାହାନ୍ତି । ସେ କିଛି ଚମତ୍କାର କରିବେ ବୋଲି ଆଶା କରାଯାଉଛି ।

Comments are closed.