Latest Odisha News

BREAKING NEWS

ଓମ୍ ଆକୃତିର ଏହି ମନ୍ଦିରରେ ରହିବ ଭଗବାନ ଶିବଙ୍କର ୧୦୦୮ ପ୍ରତିମୂର୍ତ୍ତି

ରାଜସ୍ଥାନ: ମନ୍ଦିରମାଳିନୀ ଆମ ଦେଶ ଭାରତ । ଏଠାରେ ସବୁ ଧର୍ମର ଲୋକ ବସବାସ କରୁଥିବାବେଳେ ଏଠାରେ ଦେଖିବାକୁ ମିଳେ ଅନେକ ମଠ, ମନ୍ଦିର । ପ୍ରତ୍ୟେକ ଦିନ ଏଠାକୁ ଶହ ଶହ ଲୋକ ବୁଲିବାକୁ ଆସନ୍ତି । ପ୍ରତି ମନ୍ଦିରର କିଛି ନା କିଛି ଭିନ୍ନ କାହାଣୀ ଓ ବିଶେଷତ୍ୱ ରହିଛି । ବଡ ସହର ତ ଛାଡ ଆମ ଦେଶର ଅନେକ ଛୋଟ ଛୋଟ ସହର ମାନଙ୍କରେ ଏପରି ଅନେକ ମନ୍ଦିର ଦେଖିବାକୁ ପାଇବେ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏପରି ଏକ ମନ୍ଦିର ରହିଛି ରାଜସ୍ଥାନର ଏକ ଛୋଟ ସହର ‘ପାଲି’ରେ  ।

ପାଲି ଜିଲ୍ଲାର ଜାଡନ ଗ୍ରାମରେ ନିର୍ମିତ ଏହି ଓମ୍ ଆକୃତିର ମନ୍ଦିର ସମଗ୍ର ଦେଶ ପାଇଁ ଆଶ୍ଚର୍ଯ୍ୟଜନକ । ସବୁଠୁ ବଡ କଥା ହେଉଛି ଯେ, ଏହି ମନ୍ଦିର ସ୍ଥଳ ପଥରେ ଯେତିକି ସୁନ୍ଦର ଲାଗେ ଆକାଶରୁ ଆହୁରି ସୁନ୍ଦର ଲାଗେ । ୧୯୯୫ରେ ଏହି ମନ୍ଦିରର ଶିଳାନ୍ୟାସ ହୋଇଥିଲା । ବର୍ତ୍ତମାନ ଏହି ମନ୍ଦିରର କାର୍ଯ୍ୟ ଶେଷ ହୋଇଛି । ୨୫୦ ଏକର ଜମିରେ ନିର୍ମିତ ଏହି ମନ୍ଦିର ରାଜସ୍ଥାନର ବୃହତ୍ତମ ମନ୍ଦିର ମଧ୍ୟରେ ଗଣାଯାଏ | ଏହି ମନ୍ଦିରକୁ ନେଇ ସ୍ଵାମୀ ମହେଶ୍ୱରାନନ୍ଦ ମହାରାଜ କହିଛନ୍ତି ଯେ, ସମଗ୍ର ପୃଥିବୀରେ ଏହା ହେଉଛି ଏକମାତ୍ର ମନ୍ଦିର ଯାହାର ଆକୃତି ଓମ୍ ପରି।

ଏହି ମନ୍ଦିରରେ ଭଗବାନ ଶିବଙ୍କର ୧୦୦୮ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନେଇ ସୂଚନା ମିଳିଛି । ଏଠାରେ ଆପଣ ୧୨ ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ ପାଇ ପାରିବେ | ୧୩୫ ଫୁଟ ଇଚ୍ଚତା ବିଶିଷ୍ଠ ଏହି ମନ୍ଦିରରେ ୧୦୮ଟି କୋଠରୀ ନିର୍ମାଣ କରାଯାଇଛି । ଏଥି ସହିତ ସମଗ୍ର ମନ୍ଦିର ପରିସରରରେ ୨୦୦୦ ସ୍ତମ୍ଭ ନିର୍ମାଣ କରାଯାଇଛି | ଅନ୍ୟପଟେ ଓମ୍ ଆକୃତି ମଧ୍ୟରେ ଗୁରୁ ମାଧବାନନ୍ଦ ଜୀଙ୍କ ସାମାଧି ନିର୍ମାଣ କରାଯାଇଛି | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଓମ୍ ଆକୃତିର ମନ୍ଦିର ନିର୍ମାଣ ପାଇଁ ଧୌଲପୁରର ବଂଶୀ ପାହାଡରୁ ଖାସ୍ ପଥର ଅଣାଯାଇଛି ।

 

Leave A Reply

Your email address will not be published.